www.samajalive.in
Monday, December 8, 2025
27.1 C
Bhubaneswar

ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ କେଶ ପାଇଁ କଣ୍ଡିସନର

କଣ୍ଡିସନର ଲଗାଇବା ଦ୍ୱାରା କେଶ ନରମ ଓ ରେଶମୀ ହୋଇଥାଏ। ମାତ୍ର ଆମେ ବ୍ୟବହାର କରୁଥିବା କଣ୍ଡିସନରରେ କେମିକାଲ ଥିବାରୁ ଏହା କେଶ ଉପରେ କୁପ୍ରଭାବ ପକାଇଥାଏ। ଘରୋଇ ଉପାୟରେ ପ୍ରାକୃତିକ କଣ୍ଡିସନର ପ୍ରସ୍ତୁତ କରି ଏହାକୁ ବ୍ୟବହାର କଲେ କେଶ ନରମ, ରେଶମୀ ହେବା ସହ କୌଣସି କୁପ୍ରଭାବ ପଡ଼ିନଥାଏ। କ୍ଷୀର ଓ କଦଳୀ କେଶକୁ ମଜଭୂତ କରିବା ସହ ରେଶମୀ କରିଥାଏ। ଜାଣନ୍ତୁ ଘରେ କିପରି କ୍ଷୀର ଓ କଦଳୀକୁ ବ୍ୟବହାର କରି ଏହି କଣ୍ଡିସନର ପ୍ରସ୍ତୁତ କରିବେ….
ଆବଶ୍ୟକ ସାମଗ୍ରୀ : 
ପ୍ରଥମେ ଗୋଟିଏ ପାଚିଲା କଦଳୀକୁ ପେଷି ଦିଅନ୍ତୁ। ତାପରେ ଏକ ପାତ୍ରରେ କ୍ଷୀର ନେଇ ସେଥିରେ ପେଷିଥିବା କଦଳୀକୁ ମିଶାଇ ଦିଅନ୍ତୁ। ଏବେ ପୁଣି ଏହାକୁ ଭଲ ଭାବେ ପେଷି ଏକ ପାତ୍ରକୁ କାଢନ୍ତୁ। ତାହାକୁ କେଶର ଶେଷ ଭାଗ ଓ ମୂଳରେ ଭଲ ଭାବେ ଲଗାଇ ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ସାମାନ୍ୟ ଉଷୁମ ପାଣିରେ କେଶକୁ ଧୋଇ ପୁଣି ଭଲ ଭାବେ ସାମ୍ପୁ କରି ଦିଅନ୍ତୁ। ଏପରି ସପ୍ତାହକୁ ୨ ଥର ଲଗାନ୍ତୁ। ଆପଣ ନିଜେ ଅନୁଭବ କରିବେ ଯେ, ବଜାରରେ ବିକ୍ରି ହେଉଥିବା କଣ୍ଡିସନର ଅପେକ୍ଷା ଏହା କେଶକୁ ରେଶମୀ, ନରମ କରିବା ସହ କୌଣସି କ୍ଷତି କରିନଥାଏ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories