ଭୁବନେଶ୍ୱର : ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡିଆ ସହିଦଙ୍କ ଅନୁକମ୍ପା ରାଶି ବଢାଇବା ଦାବିକୁ ରାଜ୍ୟ ସରକାର ମାନି ନେଇଛନ୍ତି । ଦୁଇ ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ସହ ଉଭୟ ସହିଦଙ୍କ ପିଲାମାନଙ୍କ ପଢା ଖର୍ଚ୍ଚ ମଧ୍ୟ ରାଜ୍ୟ ସରାକର ବହନ କରିବେ । ଉଭୟ ସହିଦଙ୍କ ଗାଁକୁ ମଡେଲ ପଞ୍ଚାୟତ ଏବଂ ଦୁଇ ସହିଦ ପଢିଥିବା ସ୍କୁଲକୁ ସହିଦଙ୍କ ନାମରେ ନାମିତ କରାଯିବ ଘୋଷଣା ହୋଇଛି । ପୂର୍ବରୁ ସହିଦଙ୍କ ପରିବାର ପିଛା ୧୦ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ ।
Popular Categories



