www.samajalive.in
Friday, December 5, 2025
27.1 C
Bhubaneswar

୨୨ରେ ୧୦୩ଟି ଅମୃତ ଷ୍ଟେସନର ଲୋକାର୍ପଣ

ନୂଆଦିଲ୍ଲୀ : ମେ’ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନ ଗସ୍ତ କରି ଅମୃତ ଷ୍ଟେସନ ଅଧୀନରେ ଦେଶରେ ୧୦୩ଟି ରେଳ ଷ୍ଟେସନର ପୁନର୍ବିକାଶକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୬ଟି ଜିଲାରେ ୧୧ଶହ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଅମୃତ ଷ୍ଟେସନ ଅଧୀନରେ ୧୦୩ଟି ରେଳ ଷ୍ଟେସନର ପୁନର୍ବିକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ବିକାନେରର ପଲାନାରେ ୨୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବେ। ପ୍ରକଳ୍ପରେ ରେଳ, ରାସ୍ତା, ବିଦ୍ୟୁତ୍, ଜଳ, ନୂତନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ର ଅନ୍ତର୍ଭୁକ୍ତ ରହିଛି। ପ୍ରଧାନମନ୍ତ୍ରୀ ବିକାନେର-ମୁମ୍ବାଇ ଏକ୍ସପ୍ରେସ ରେଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ୫୮କି.ମି.ଚୁରୁ-ସଦରପୁର ରେଳ ଲାଇନ, ୩୩୬କି.ମି.ସୁରତଗଡ଼-ଫାଲୋଡି ରେଳ ଲାଇନ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୧୦୯କି.ମି. ଫୁଲେରା-ଡେଗାନା, ୨୦୧୦କି.ମି.ଉଦୟପୁର-ହିମ୍ମତନଗର, ୧୫୭କି.ମି. ଫାଲୋଡି-ଜୈସାଲମେର ଏବଂ ୧୨୯ କି.ମି. ସମଦାରୀ-ବାଡ଼ମେର ରେଳ ଲାଇନର ବିଦ୍ୟୁତୀକରଣକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରାଜସ୍ଥାନରେ ୪୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୭ଟି ସଡ଼କ ପ୍ରକଳ୍ପ ଲୋକାର୍ପଣ କରାଯିବ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories