www.samajalive.in
Saturday, December 13, 2025
26.1 C
Bhubaneswar

କଳାହାଣ୍ଡିରେ ଧାନ ମଣ୍ଡି ଆରମ୍ଭ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜିଠାରୁ ରବି ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ ହେଇଛି। ଆଜି ସଦର ବ୍ଲକ୍ ଅନ୍ତର୍ଗତ କର୍ଲାପଡ଼ା ମଣ୍ଡିରେ ପୂଜାର୍ଚ୍ଚନା ପରେ ଧାନ କିଣା ଆରମ୍ଭ ହୋଇଛି। ସଦର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ମଣ୍ଡି ଉଦ୍ଘାଟନ କରିଥିବାବେଳେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁଙ୍କ ସମେତ ଅନ୍ୟ ଯୋଗାଣ ବିଭାଗ, ସମବାୟ ବିଭାଗ, ଆରଏମସି ଅଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରଥମ ଦିନରେ କର୍ଲାପଡା ଅଞ୍ଚଳର ୬ ଜଣ ଚାଷୀଙ୍କ ପ୍ରାୟ ୩୮୫ କ୍ଵିଣ୍ଟାଲ ଧାନ ସମେତ ଦାଦପୂର୍ ଏବଂ ଫରଙ୍ଗ ମଣ୍ଡିରେ ମିଶି ଜିଲ୍ଲାରେ ମୋଟ ୯ ଜଣ ଚାଷୀଙ୍କଠାରୁ ୬୦୨ କ୍ଵିଣ୍ଟାଲ ଧାନ କିଣାଯାଇଛି। ଦାସୀଗାଁ ମଣ୍ଡିରେ ପୂଜାର୍ଚ୍ଚନା ପରେ ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା ମଣ୍ଡି ଉଦ୍ଘାଟନ କରିଥିବାବେଳେ ଜୁନାଗଡ଼ , ନକଟିଗୁଡ଼ା , ତଳଜାରିଂ ଆଦି ସ୍ଥାନରେ ଆନୁଷ୍ଠାନିକ ଭାବେ ମଣ୍ଡି ଉଦ୍ଘାଟନ ହେଇଛି। ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଜିଲ୍ଲାର ସମସ୍ତ ମଣ୍ଡିରେ ରବି ଧାନ କିଣା ନିୟମିତ ଭାବେ ଆରମ୍ଭ ହେବ ବୋଲି ଯୋଗାଣ ବିଭାଗ ଏବଂ ଆରଏମସି ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ ଚଳିତ ରବି ଋତୁରେ ଜିଲ୍ଲାର ୪୮,୮୧୮ ଜଣ ପଞ୍ଜୀକୃତ ଚାଷୀଙ୍କ ଠାରୁ ୨୦ ଲକ୍ଷ ୬୦ ହଜାର କ୍ଵିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।  ଜିଲ୍ଲାର ୧୪୫ ଟି ଧାନ ମଣ୍ଡିରେ ୬୪ ଟି ପେକ୍ସ ଏବଂ ୨୫ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ୧୪୫ ଟି ମଣ୍ଡି ରୁ ୮୮ ଜଣ ମିଲରଙ୍କ ମାଧ୍ୟମରେ ଧାନ ସଂଗ୍ରହ କରାଯିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories