ହରଭଙ୍ଗା- ବୌଦ୍ଧ ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ଚୋରି ଉପରେ କଡା କାର୍ୟ୍ୟାନୁଷ୍ଠାନ ଅଭାବରୁ ହରଭଙ୍ଗା ତହସିଲ ଅର୍ନ୍ତଗତ ଡିଆଁଘାଟ ମହାନଦୀ ଘାଟରୁ ରାତିରେ ବ୍ୟାପକ ପରିମାଣରେ ବାଲି ଚୋରାଚାଲାଣ ଚାଲିଥିବା ଦେଖିବାକୁ ମିଳିଛି । ବଡ ବଡ ହାଇୱା ସାହାଯ୍ୟରେ ବେଧଡକ ଚାଲିଛି ବାଲି ଚୋରାଚାଲଣ । ହରଭଙ୍ଗା -ଚାରିଛକ ରାସ୍ତା ଦେଇ ଫୁଲବାଣୀ ଅଂଚଳକୁ ବାଲି ଚୋରାଚାଲାଣ ଚାଲିଥିବା ବେଳେ ଖଣି ବିଭାଗ ଏବଂ ଏନଫୋର୍ସମେଣ୍ଟ ଟିମ ପାଖରେ ଏ ନେଇ କୌଣସି ସୂଚନା ନଥିବା ଜଣାପଡିଛି । ତୁରନ୍ତ ଏଦିଗରେ ଖଣି ବିଭାଗ ପକ୍ଷରୁ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି । ଏସର୍ମ୍ପକରେ ବୌଦ୍ଧ ଖଣି ଅଧିକାରୀ ମନୋହର ମହନ୍ତଙ୍କୁ ପଚାରିବାରୁ ଡିଆଁଘାଟ ମହାନଦୀ ବାଲି ଘାଟର ଏପର୍ୟ୍ୟନ୍ତ କାଗଜପତ୍ର ହୋଇନାହିଁ । ଚୋରାଚାଲାଣ ଦିଗରେ ଆମେ ନିଶ୍ଚିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ।
Popular Categories



