www.samajalive.in
Monday, December 8, 2025
14.1 C
Bhubaneswar

୭ ମାସରେ ୨୫ ପୁରୁଷଙ୍କୁ ବିବାହ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଜଣେ କି ଦୁଇ ଜଣ ନୁହଁନ୍ତି, ୨୫ ଜଣଙ୍କୁ ବିବାହ କରିଛନ୍ତି ମହିଳା। ତାହା ପୁଣି ମାତ୍ର ୭ ମାସ ମଧ୍ୟରେ। ଟଙ୍କା ଏବଂ ସୁନାଗହଣା ହଡ଼ପ କରିବା ଉଦ୍ଦେଶ୍ୟରେ ମହିଳା ଜଣକ ଏକାଧିକ ବିବାହ କରୁଥିଲେ। ଶେଷରେ ପୁଲିସ ହାତରେ ଧରାପଡ଼ି ଏବେ ଜେଲ ଯାଇଛନ୍ତି ମହିଳା। ଘଟଣାଟି ରାଜସ୍ଥାନର। କିନ୍ତୁ ବିବାହ ତାଲିକା ବ୍ୟାପିଛି ଏକାଧିକ ରାଜ୍ୟକୁ।

ମହିଳାଙ୍କ ନାଁ ହେଉଛି ଅନୁରାଧା ପାସଓ୍ବାନ। ମଧ୍ୟପ୍ରଦେଶର ସଓ୍ବାଇ ମାଧୋପୁର ପୁଲିସ ସୋମବାର ତାଙ୍କୁ ଭୋପାଳରୁ ଗିରଫ କରିଛି। ବିବାହ କରି ଲୋକଙ୍କୁ ଠକୁଥିବା ରାକେଟର ସେ ଜଣେ ସଦସ୍ୟ। ଅନୁରାଧା ବିବାହ ହୋଇପାରୁ ନ ଥିବା ଯୁବକମାନଙ୍କୁ ଟାର୍ଗେଟ କରୁଥିଲେ। ସେମାନଙ୍କୁ ମଧ୍ୟସ୍ଥ ଜରିଆରେ ବିବାହ ପ୍ରସ୍ତାବ ଦେଇ କୋର୍ଟରେ ବିବାହ କରୁଥିଲେ। ୪/୮ ଦିନ ରହିବା ପରେ ସେ ଟଙ୍କା ଏବଂ ଗହଣା ଧରି ସେଠାରୁ ଫେରାର ହୋଇଯାଉଥିଲେ।

- Advertisement -

ସଓ୍ବାଇ ମାଧୋପୁର ଅଞ୍ଚଳର ବିଷ୍ଣୁ ଶର୍ମା ନାମକ ବ୍ୟକ୍ତି ଅନୁରାଧାଙ୍କ ଜାଲରେ ପଡ଼ି ଠକେଇର ଶିକାର ହେବା ପରେ ଗତ ୩ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ବିବାହ ପାଇଁ ଝିଅ ଠିକ କରିବା ଲାଗି ସେ ପ୍ରଥମେ ୨ ଜଣ ମଧ୍ୟସ୍ଥ ସୁନିତା ଏବଂ ପପୁ ମୀନାଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ। ଏହା ପରେ ସେମାନେ ଅନୁରାଧାଙ୍କୁ ଦେଖାଇ ବିବାହ ପ୍ରସ୍ତାବ ଦେଇଥିଲେ। ଗତ ଏପ୍ରିଲ ୨୦ରେ ସ୍ଥାନୀୟ ଏକ କୋର୍ଟରେ ସେମାନଙ୍କ ବିବାହ ହୋଇଥିଲା। ଏହା ପରେ ମେ ୨ ତାରିଖରେ ଅନୁରାଧା ବିଷ୍ଣୁଙ୍କ ଘରୁ ବହୁ ସୁନା ଅଳଙ୍କାର ଧରି ଫେରାର ହୋଇଯାଇଥିଲେ। ଯାହାଫଳରେ ବିଷ୍ଣୁ ଏ ନେଇ ଥାନାର ଦ୍ଵାରସ୍ଥ ହୋଇଥିଲେ।

ଅନୁରାଧା ପୂର୍ବରୁ ଉତ୍ତର ପ୍ରଦେଶର ମହାରାଜାଗଞ୍ଜ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଶାଶୁଘରେ ଝଗଡ଼ା ହେବାରୁ ସେ ସ୍ଵାମୀଙ୍କୁ ଛାଡ଼ି ଭୋପାଳ ଚାଲିଆସିଥିଲେ। ଏହା ପରେ ସେ ବିବାହ କରି ଲୋକଙ୍କୁ ଠକୁଥିବା ଏକ ଗ୍ୟାଙ୍ଗ ସହିତ ମିଶି ଲୋକଙ୍କୁ ଠକି ଚାଲିଥିଲେ। ଗ୍ୟାଙ୍ଗର ଏଜେଣ୍ଟମାନେ ଅନୁରାଧାଙ୍କ ଫଟୋ ଦେଖାଇ ବିବାହ ଠିକ୍‌ କରିଦେବା ଲାଗି ଅସହାୟ ଯୁବକମାନଙ୍କଠାରୁ ୨ରୁ ୫ ଲକ୍ଷ ଟଙ୍କା ଦାବି କରୁଥିଲେ। ପରବର୍ତ୍ତୀ ସମୟରେ ବିବାହ ପରେ ଅନୁାରାଧା ସେମାନଙ୍କୁ ଠକି ସୁନାଗହଣା ଧରି ଫେରାର ହୋଇଯାଉଥିଲେ। ଏହିଭଳି ଭାବେ ସେ ପ୍ରାୟ ୨୫ ଜଣଙ୍କୁ ବିବାହ କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories