www.samajalive.in
Sunday, December 7, 2025
23.1 C
Bhubaneswar

ଡିଆଁଘାଟ ମହାନଦୀ ଘାଟରୁ ବାଲି ଚୋରାଚାଲାଣ ଅଭିଯୋଗ

ହରଭଙ୍ଗା- ବୌଦ୍ଧ ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ଚୋରି ଉପରେ କଡା କାର‌୍ୟ୍ୟାନୁଷ୍ଠାନ ଅଭାବରୁ ହରଭଙ୍ଗା ତହସିଲ ଅର୍ନ୍ତଗତ ଡିଆଁଘାଟ ମହାନଦୀ ଘାଟରୁ ରାତିରେ ବ୍ୟାପକ ପରିମାଣରେ ବାଲି ଚୋରାଚାଲାଣ ଚାଲିଥିବା ଦେଖିବାକୁ ମିଳିଛି । ବଡ ବଡ ହାଇୱା ସାହାଯ୍ୟରେ ବେଧଡକ ଚାଲିଛି ବାଲି ଚୋରାଚାଲଣ । ହରଭଙ୍ଗା -ଚାରିଛକ ରାସ୍ତା ଦେଇ ଫୁଲବାଣୀ ଅଂଚଳକୁ ବାଲି ଚୋରାଚାଲାଣ ଚାଲିଥିବା ବେଳେ ଖଣି ବିଭାଗ ଏବଂ ଏନଫୋର୍ସମେଣ୍ଟ ଟିମ ପାଖରେ ଏ ନେଇ କୌଣସି ସୂଚନା ନଥିବା ଜଣାପଡିଛି । ତୁରନ୍ତ ଏଦିଗରେ ଖଣି ବିଭାଗ ପକ୍ଷରୁ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି । ଏସର୍ମ୍ପକରେ ବୌଦ୍ଧ ଖଣି ଅଧିକାରୀ ମନୋହର ମହନ୍ତଙ୍କୁ ପଚାରିବାରୁ ଡିଆଁଘାଟ ମହାନଦୀ ବାଲି ଘାଟର ଏପର‌୍ୟ୍ୟନ୍ତ କାଗଜପତ୍ର ହୋଇନାହିଁ । ଚୋରାଚାଲାଣ ଦିଗରେ ଆମେ ନିଶ୍ଚିତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories