www.samajalive.in
Monday, December 8, 2025
27.1 C
Bhubaneswar

ମାର୍କଣ୍ଡି ସମୁଦ୍ର କୁଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

 ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ମାର୍କଣ୍ଡି ସମୁଦ୍ର କୂଳରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଗୋଳନ୍ଥରା ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ଆନ୍ଧ୍ର ପ୍ରଦେଶ କାବିଟି ଥାନା ଅଧୀନ କପାସ କୁଦି ଗ୍ରାମର ଭି. ଚିନ୍ନା (୩୬) ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ ମାର୍କଣ୍ଡି ସମୁଦ୍ର କୂଳରେ ଅଜଣା ଯୁବକଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବା ପରେ ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଯୁବକ ଜଣଙ୍କ ଆନ୍ଦ୍ର ପ୍ରଦେଶର କାବିଟି ଥାନା  ଅଧୀନ କପାସକୁଦି ଗ୍ରାମର ଭି. ଚିନ୍ନା  ବୋଲି ଜାଣିବାକୁ ପାଇଥିଲା । ମୃତଯୁବକଙ୍କ ବେକରେ ଗଭୀର କଟା ଚି଼ହ୍ନ ରହିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ଚିହ୍ନ ରହିଥିବା ଦେଖିବାକୁ ମିଳିଛି।
ମୃତ ଚିନ୍ନା ଗତ ୧୪  ତାରିଖରୁ ଗ୍ରାମରୁ ନିଖୋଜ ରହିଥିଲେ ମଧ୍ୟ ଏଯାଏଁ କାବିଟି ଥାନାରେ  କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି। ଚିହ୍ନାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ସମୁଦ୍ରରେ ଫୋପାଡ଼ି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ପୁଲିସ ମୃତ ଦେହ ଜବତ ପରେ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଛି । ଶନିବାର ପରିବାର ବର୍ଗ  ଗୋଳନ୍ଥରା ଆସିବେ ବୋଲି ଜଣା ପଡିଛି। ମୃତ ଚିନ୍ନାର ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories