www.samajalive.in
Wednesday, December 10, 2025
16.1 C
Bhubaneswar

ସାମ୍ନାକୁ ଆସିଲା ଟ୍ରମ୍ପଙ୍କ ଅସଲ ଚେହେରା, ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କୀ ସହ ମିଳାଇଲେ ହାତ

ସମାଜ ଡିଜିଟାଲ ଡେସ୍କ: ଆମେରିକା ନିଜର ଫାଇଦା ହାସଲ ପାଇଁ ଯେକୌଣସି ସ୍ତରକୁ ଖସିଯାଇପାରେ। ଇତିହାସ ଏହାର ମୁକସାକ୍ଷୀ। ଏବେ ପୁଣି ଥରେ ତାହାକୁ ଦୋହରାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଦ୍ଵାରା ଘୋଷିତ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀକୁ ଏବେ ନିଜର ଗେହ୍ଲା ପୁଅ କରିଛନ୍ତି ଟ୍ରମ୍ପ। କେବଳ ଏତିକି ନୁହେଁ, ଜିହାଦର ଉଦାହରଣ ସାଜିଥିବା ଏହି ଆତଙ୍କୀ ସହିତ ଟ୍ରମ୍ପ ହାତ ମିଳାଇ ତା’ର ଢେର ପ୍ରଶଂସା ବି କରିଛନ୍ତି। ଏହି ଦୃଶ୍ୟ ଏବେ ଟ୍ରମ୍ପଙ୍କ ଅସଲ ଚରିତ୍ରକୁ ପଦାରେ ପକାଇଛି। ଯେଉଁଥିପାଇଁ ଟ୍ରମ୍ପଙ୍କୁ ସବୁଠୁ ବଡ଼ ଜିହାଦ ବୋଲି କୁହାଗଲାଣି।

୨୦୨୫ ଜାନୁୟାରୀରେ ସିରିଆରେ କ୍ଷମତା ପରିବର୍ତ୍ତନ ହୋଇଥିଲା। ଏହା ପଛରେ ଆଉ କେହି ନ ଥିଲେ, ଟ୍ରମ୍ପଙ୍କ ହାତ ରହିଥିଲା। ଟ୍ରମ୍ପଙ୍କ ସମର୍ଥରେ ଅହମ୍ମଦ ହୁସେନ ଅଲ ସାରା ବିଦ୍ରୋହ କରି ତତ୍କାଳୀନ ରାଷ୍ଟ୍ରପତି ବସଲ ଅଲ ଅସଦଙ୍କୁ ହଟାଇ ନିଜେ ରାଷ୍ଟ୍ରପତି ହୋଇଛନ୍ତି। ଏବେ ଟ୍ରମ୍ପ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବାବେଳେ ସାରାଙ୍କୁ ଭେଟିଛନ୍ତି। ତାଙ୍କୁ ଟ୍ରମ୍ପ ଆକର୍ଷଣୀୟ ବ୍ୟକ୍ତିତ୍ଵ ବୋଲି ମଧ୍ୟ କହିଛନ୍ତି।

- Advertisement -

ଅହମ୍ମଦ ହୁସେନ ସାରା ଅନ୍ୟ କେହି ନୁହନ୍ତି, ବରଂ ସେହି ବ୍ୟକ୍ତି, ଯାହାଙ୍କ ନାମରେ ଆମେରିକା ୮୫ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲା। ସାରା ପୂର୍ବରୁ ଅବୁ ମହମ୍ମଦ ଅଲ ଜୁଲାନୀ ନାମରେ ଜଣାଯାଉଥିଲା। ସେ ଅନେକ ଦିନ ଧରି ଆମେରିକା ଜେଲରେ ରହିଥିଲା। ଜେଲରୁ ରହିବାଠାରୁ ରାଷ୍ଟ୍ରପତି ହେବାର ଯାତ୍ରା ବେଶ୍‌ କଠିନ ଥିବ ବୋଲି ଅନେକ ଅନୁମାନ କରୁଥିବେ। କିନ୍ତୁ ଏହା ପଛରେ ଟ୍ରମ୍ପଙ୍କ ପ୍ରଚ୍ଛନ୍ନ ହାତ ରହିଥିଲା। ଜୁଲାନୀର ଆପରାଧିକ ଏବଂ ଆତଙ୍କୀ ଇତିହାସ କାହାକୁ ଅଛପା ନାହିଁ। ସେ ପୂର୍ବରୁ ଅଲକାଏଦା ସହିତ ସଂଶ୍ଳିଷ୍ଟ ଥିଲା ଏବଂ ଅନେକ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା।

ଏବେ ପ୍ରଶ୍ନ ଉଠୁଛି ଯଦି ଜୁଲାନୀ ଆମେରିକାର ଏତେ ପ୍ରିୟ ହୋଇପାରିଛନ୍ତି, ତେବେ ସମୟ ଅନୁସାରେ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ କାହିଁକି ହୋଇପାରିବନି। ଯଦି ଟ୍ରମ୍ପ ଚାହିଁବେ ହାଫିଜ ସୟିଦକୁ ବି ପାକିସ୍ତାନ ପ୍ରଧାନମନ୍ତ୍ରୀ କରିଦେଇପାରିବେ ବୋଲି ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହେଲାଣି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories