www.samajalive.in
Friday, December 5, 2025
27.1 C
Bhubaneswar

ଉଚ୍ଚଶିକ୍ଷାରେ ଏସ୍‌ଇବିସିଙ୍କୁ ୧୧.୨୫% ସଂରକ୍ଷଣ

ଭୁବନେଶ୍ବର: ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗ (ଏସଇବିିସି) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ଏହି ସଂରକ୍ଷଣ ନୀତି ଅନୁସାରେ ଉଚ୍ଚଶିକ୍ଷାନୁଷ୍ଠାନରେ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଚଳିତ ଶିକ୍ଷାବର୍ଷ ୨୦୨୫–୨୬ରୁ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଏହା ପ୍ରଚଳନ କରାଯିବ। ରାଜ୍ୟ କ୍ୟାବିନେଟ୍‌ରେ ଉଚ୍ଚଶିକ୍ଷା ବିଭାଗର ଏହି ପ୍ରସ୍ତାବ ସମେତ ୬ ବିଭାଗର ମୋଟ୍ ୬ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାବିନେଟ୍ ବୈଠକ ପରେ ଏ ସମ୍ପର୍କ‌େ‌ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବୁଧବାର ଅନୁଷ୍ଠିତ ‌େହାଇଥିଲା। ଏହି ବୈଠକରେ ୬ଟି ପ୍ରସ୍ତାବ ଉପରେ ଆଲୋଚନା ସହ ମଞ୍ଜୁରି ପ୍ରଦାନ କରାଯାଇଛି। ବୈଠକର ନିଷ୍ପତ୍ତି ଅନୁସାରେ, ଉଚ୍ଚଶିକ୍ଷାନୁଷ୍ଠାନରେ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା +୨ ପାଠ୍ୟକ୍ରମ, ଶିକ୍ଷକ ଶିକ୍ଷା ଓ ଧନ୍ଦାମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସ୍ନାତକ (ପ୍ରଦର୍ଶନକଳା) ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିପିଏଡ୍/ଏମପିଏଡ୍ ପାଠ୍ୟକ୍ରମରେ ଲାଗୁ କରାଯିବ। ଏହା ଲାଗୁ ହେବା ପରେ ଉଚ୍ଚଶିକ୍ଷାନୁଷ୍ଠାନରେ ଅନୁସୂଚିତ ଜନଜାତି ବର୍ଗର (ଏସ୍‌ଟି) ଛାତ୍ରଛାତ୍ରୀଙ୍କ ପାଇଁ ୨୨.୫%, ଅନୁସୂଚିତ ଜାତି ବର୍ଗର (ଏସ୍‌ସି) ଛାତ୍ରଛାତ୍ରୀଙ୍କ ଲାଗି ୧୬.୨୫%, ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫%, ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୫% ଓ ପୂର୍ବତନ ସେନାଙ୍କ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ୧% ଆସନ ସଂରକ୍ଷିତ ରହିବ। ରାଜ୍ୟରେ ଆଗରୁ କେବଳ ସରକାରୀ ଚାକିରି କ୍ଷେତ୍ରରେ ଏସ୍‌ଇବିସି ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏହାକୁ ଲାଗୁ କରାଯାଇନଥିଲା। ଯାହାଫଳରେ ଏସ୍ଇବିସି ବର୍ଗର ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବାଧକ ସାଜିଥିଲା। କ୍ୟାବିନେଟର ନିଷ୍ପତ୍ତି ପରେ ଏସ୍‌ଇବିସି ବର୍ଗ ପାଇଁ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁହେବ। ରାଜ୍ୟରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶକୁ ଏହି ନିଷ୍ପତ୍ତି ଦ୍ୱାରା ସୁନିଶ୍ଚିତ କରାଯାଇଛି। ଏହାଫଳରେ ସାମାଜିକ ଓ ଅର୍ଥନୈତିକ ଭାବେ
ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ସାମାଜିକ ନ୍ୟାୟ ପାଇଁ ଦୀର୍ଘଦିନର ଅପେକ୍ଷାର ଅନ୍ତ ହୋଇଛି। ଏହି ନିଷ୍ପତ୍ତି ଦ୍ୱାରା ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମୋଟ ନାମଲେଖା ଅନୁପାତ ବୃଦ୍ଧି ହେବାର ଲକ୍ଷ୍ୟ ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ସମନ୍ୱିତ ନିଯୁକ୍ତି ପରୀକ୍ଷା ନିୟମାବଳୀ ୨୦୨୨ରେ ସଂଶୋଧନ
ରାଜ୍ୟ କ୍ୟାବିନେଟ୍‌ରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ପାରିତ ହୋଇଛି। ଶାରୀରିକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ, ୨୦୨୨ର ସଂଶୋଧନ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ, ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ପଦ ଏବଂ ଅବକାରୀ ସବ୍‌ ଇନ୍ସପେକ୍ଟର ପଦଗୁଡ଼ିକ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ, ୨୦୨୨ର ଅନୁଚ୍ଛେଦ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଅଗ୍ନିଶମ ସେବା, ହୋମ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ, ଗୃହ (ସିଭିଲ୍ ଡିଫେନ୍ସ) ବିଭାଗର ମହାନିର୍ଦେଶକଙ୍କ ଅଧୀନରେ ଥିବା ନାଗରିକ ପ୍ରତିରକ୍ଷା ପ୍ରଶିକ୍ଷକ/ସିନିୟର ଷ୍ଟୋର ଇନ୍ସପେକ୍ଟର ପଦ ମଧ୍ୟ ଅନୁଚ୍ଛେଦ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଉପରୋକ୍ତ ପଦଗୁଡ଼ିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳନା କରିପାରିବେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories