www.samajalive.in
Friday, December 5, 2025
26.1 C
Bhubaneswar

କର୍ଣ୍ଣେଲ ସୋଫିୟା କୁରେଶୀଙ୍କୁ ନେଇ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ : ମାମଲା ରୁଜୁ

ଭୋପାଳ: ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ସମୟରେ ଚର୍ଚ୍ଚିତ ଚେହେରା କର୍ଣ୍ଣେଲ ସୋଫିୟା କୁରେଶୀଙ୍କ ଉପରେ ଅପମାନଜନକ, ସାମ୍ପ୍ରଦାୟିକ ଓ ଲିଙ୍ଗଗତ ମନ୍ତବ୍ୟ ଦେଇଥିବା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିବାକୁ ରାଜ୍ୟ ହାଇକୋର୍ଟ ପୁଲିସକୁ ନିର୍ଦେଶ ଦେଇଛନ୍ତି । ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କର୍ଣ୍ଣେଲ ସୋଫିୟାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ମନ୍ତ୍ରୀ ବିଜୟ ଶାହା । ବିଦେଶ ସଚିବ ବିକ୍ରମ ମିସ୍ରୀ ଏବଂ ବାୟୁସେନା ଅଧିକାରୀ ୱିଙ୍ଗ୍‍ କମାଣ୍ଡର ବ୍ୟୋମିକା ସିଂହଙ୍କ ସହିତ କର୍ଣ୍ଣେଲ ସୋଫିୟା ଅପରେସନ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି । ସୋଫିୟାଙ୍କ ଭଳି ଜଣେ ସଚ୍ଚୋଟ ଅଫିସର ଏବଂ ଦେଶମାତୃ ପାଇଁ ଜୀବନ ବାଜିରେ ଲଗାଇଥିବା ସେନା ଅଧିକାରୀଙ୍କ ବିରୋଧରେ ଏଭଳି ଆପତ୍ତିଜନକ ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି କୁହାଯାଇଛି ।

ସୂଚନା ଅନୁସାରେ ମୌଠାରେ ଆୟୋଜିତ ଏକ ଉତ୍ସବରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଜୟ ଶାହା କହିଥିଲେ ପହଲଗାଓଁରେ ଯେଉଁ ଆତଙ୍କବାଦୀମାନେ ଆମ ଭଉଣୀ ଓ ଝିଅଙ୍କ ସିନ୍ଦୂର ପୋଛି ଦେଇଛନ୍ତ ଆମେ ସେହି ସଂପ୍ରଦାୟର ଜଣେ ମହିଳାଙ୍କୁ ପାକିସ୍ତାନ ବିପକ୍ଷରେ ଚାଲିଥିବା କାର୍ଯ୍ୟାନୁଷ୍ଠା ସମ୍ପର୍କରେ ବିବରଣୀ ଦେବାକୁ ନିଯୁକ୍ତ କରିଛୁ । ବିଜୟ ଏହି ପରିପ୍ରେକ୍ଷୀରେ ସୋଫିୟାଙ୍କୁ ଆତଙ୍କବାଦୀଙ୍କ ଭଉଣୀ ବୋଲି କହିଛନ୍ତି । ବିଜୟଙ୍କ ଏଭଳି ମନ୍ତବ୍ୟକୁ ସେନାର ବରିଷ୍ଠ ଅଧିକାରୀ ଓ କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳ ତୀବ୍ର ନିନ୍ଦା କରି ସମାଲୋଚନା କରିଛନ୍ତି । ବିଜୟ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories