www.samajalive.in
Monday, December 8, 2025
27.1 C
Bhubaneswar

ଶିଳ୍ପ ପ୍ରତିଷ୍ଠା କରିନଥିଲେ ଫେରସ୍ତ ହେବ ଜମି

ଭୁବନେଶ୍ବର : ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବହୁ ଘରୋଇ ଶିଳ୍ପ ଅନୁଷ୍ଠାନ ଆବଶ୍ୟକତା ଠାରୁ ଅଧିକ ଜମି ନେଇଛନ୍ତି। ସେ ଜମିଗୁଡ଼ିକୁ ବ୍ୟବହାର କରିପାରିନାହାନ୍ତି। ସେହିଭଳି ବହୁ ଶିଳ୍ପ ସଂସ୍ଥା ଜମି ନେଇ ୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଶିଳ୍ପ ପ୍ରତିଷ୍ଠା କରିପାରିନାହାନ୍ତି। ଏ ସଂକ୍ରାନ୍ତ‌ରେ ୨ ମାସ ମଧ୍ୟରେ ଜିଲାପାଳଙ୍କୁ ଚିଠି ଲେଖାଯିବ। ଜିଲାରେ ଏଭଳି କେତେ ଶିଳ୍ପ ଅଛି, ତାହାର ରିପୋର୍ଟ ଦେବେ ଜିଲାପାଳ। ସରକାର ଆଇନ ଅନୁସାରେ ସେହିସବୁ ଜମିକୁ ଫେରସ୍ତ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ଓଡ଼ିଶାରେ ବହୁ ଶିଳ୍ପ ପ୍ରକଳ୍ପ ଲାଗି ଶିଳ୍ପସଂସ୍ଥାଙ୍କ ସହ ଏମଓୟୁ କରାଯାଇଛି, ସେଥିପାଇଁ ପର୍ଯ୍ୟାପ୍ତ ଜମିର ଆବଶ୍ୟକତା ରହିଛି। ଶିଳ୍ପ ପ୍ରତିଷ୍ଠା ସହ ବର୍ତ୍ତମାନର ସରକାର ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପରିବେଶ ସୁରକ୍ଷା ଲାଗି ଏକ ଏସଓପି ପ୍ରସ୍ତୁତ କରାଯାଉଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ରାଜ୍ୟରେ ପୁନର୍ବାସ ଓ ଥଇଥାନକୁ (ଆର ଆଣ୍ଡ ଆର) ନୀତି ସମ୍ପର୍କରେ ବିଧାନସଭା ଗୃହ କମିଟିର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଛି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ୨୦୦୬ ମସିହାର ଥଇଥାନ ଓ ପୁନର୍ବାସ ‌ନୀତିକୁ ସରକାର ନୂଆ ରୂପ ଦେବାକୁ ଯାଉଛନ୍ତି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମୟ ଉପଯୋଗୀ ଓଡ଼ିଶା ପୁନର୍ବାସ ଓ ପୁନଃ ଥଇଥାନ ନୀତି ସରକାର ପ୍ରସ୍ତୁତ କରୁଛନ୍ତି। ରେଳ, ଜଳସେଚନ ପ୍ରକଳ୍ପ, ସଡ଼କ (ଉଭୟ ଜାତୀୟ ଓ ରାଜ୍ୟ ରାଜପଥ), ଶିଳ୍ପ, ସରକାରୀ ଉଦ୍ୟୋଗ ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଥାଏ। ଏହି ଜମି ଅଧିଗ୍ରହଣ ପାଇଁ ଲୋକଙ୍କୁ ପୁନଃଥଇଥାନ ନିମନ୍ତେ ସବ୍‌ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ବିଧାୟକମାନେ ଏହି ସବୁ ସବ୍‌କମିଟିରେ ରହିବେ ଏବଂ ନୂଆ ନୀତି ପ୍ରଣୟନ ଲାଗି ସେମାନଙ୍କ ମତାମତ ଦେବେ। ରାଜସ୍ବ ବିଭାଗ ଏବଂ ଶିଳ୍ପ ବିଭାଗ ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ନିୟମାବଳୀରେ ସଂଶୋଧନ ଆବଶ୍ୟକତା ଥିଲେ ୨ ମାସ ମଧ୍ୟରେ ତାହା ଶେଷ କରିବେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories