କାମାକ୍ଷାନଗର:କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ ର ବାଙ୍ଗୁରା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଘଟିବାରୁ ୨ ବଖରା ଜଳିଯାଇଥିବା ଜଣାପଡ଼ିଚି। ଖବରପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଏହି ଅଗ୍ନିକାଣ୍ଡରେ ଗ୍ରାମର କାଶୀନାଥ ପ୍ରଧାନଙ୍କର ଦୁଇ ବଖରା ସହିତ ଘରେ ଥିବା ଧାନ ବସ୍ତା ପୋଡି ନଷ୍ଟ ହୋଇଯାଇଛି। ଏଥିରେ ପ୍ରାୟ ପଚାଶ ହଜାରରୁ ଉର୍ଦ୍ଧ ଟଙ୍କାର ସମ୍ପତି ନଷ୍ଟ ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି।



