ଫୁଲବାଣୀ: କୋଟଗଡ ଆଇଟିଆଇ ନିକଟସ୍ଥ ନଦୀ କୂଳରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ପୁଲିସ ଏକ ମାମଲା ରୁଜୁ ପରେ ତଦନ୍ତ ଜାରି ରହିଛି।
ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନରେ କିଛି ଲୋକ କୋଟଗଡ ଆଇଟିଆଇ ନିକଟରେ ଥିବା କରାସର ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀ କୂଳରେ ଏକ ଗଳିତ ଶବ ପଡିଥିବା ଦେଖିବାକୁ ପାଇଥିଲେ। ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ତେବେ ଏହି ମୃତଦେହ କାହାର ସେ ନେଇ କୌଣସି ସୂଚନା ମିଳିନାହିଁ। ଏ ନେଇ କୋଟଗଡ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୁଲିସ ସୂଚନା ଦେଇଛି।



