www.samajalive.in
Saturday, December 13, 2025
14.1 C
Bhubaneswar

ପ୍ରାପ୍ୟ ଦାବିରେ ବ୍ଲକ ଅଫିସ ଆଗରେ ଧାରଣା: ମୁଣ୍ଡ ନୁଆଁଇଲା ପ୍ରଶାସନ, ତଦନ୍ତ ନିର୍ଦେଶ

ହରଭଙ୍ଗା: କାମ କରି ପ୍ରାପ୍ୟ ପାଇବା ପାଇଁ ବିଡିଓଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଶେଷରେ ସପରିବାର ୨୦ରୁ ୩୦ ମହିଳା/ପୁରୁଷ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଫିସ ଆଗରେ ଗଣଧାରଣା ଦେଇଥିବା ଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ପ୍ରକାଶ ଯେ ବ୍ଲକର ତିଲେଶ୍ବର ପଂଚାୟତ ଖଣ୍ଡହତା ଗ୍ରାମର ମୁକୁନ୍ଦ ଭୋକ୍ତା, କୁଶ ମହାକୁଡ଼, କହ୍ନାଇ ପ୍ରଧାନ ପ୍ରମୁଖ ୨୦୨୪ ଫେବୃଆରୀ ପୂର୍ବରୁ ଦୁଇ ଲକ୍ଷ ଟଙ୍କାରେ କନ୍ଦି ସାହି ରାସ୍ତା କାମ କରିଥିଲେ। ସେହିପରି ତିଲେଶ୍ବର ଗ୍ରାମର ସୁଶାନ୍ତ ଡାଙ୍ଗ, କୁବେର ବାରିକ, ପୂର୍ଣ୍ଣଚନ୍ଦ୍ର ବାରିକ, କୃଷ୍ଣ ନାୟକ, ରମେଶ ଝାଙ୍କର ପ୍ରମୁଖ ଆର୍ଥିକ ବର୍ଷ ୨୦୨୩-୨୦୨୪ ପୂର୍ବରୁ ବ୍ଲକର ତିଲେଶ୍ବରଠାରୁ ଘିମୁହାଣୀ ରାସ୍ତାକାମ ୨ଲକ୍ଷ ଟଙ୍କାରେ କରିଥିଲେ। ଉଭୟ ଗ୍ରାମବାସୀ ଯନ୍ତ୍ରୀ ଗଗନ କୁମାର ବିନ୍ଧାଣିଙ୍କ ନିର୍ଦେଶକ୍ରମେ କାମ କରିଥିଲେ। ମାତ୍ର କାମ ପରେ ବିଲ୍ ହୋଇ ପେମେଣ୍ଟ ସରିଥିବାବେଳେ ସେମାନେ ପ୍ରାପ୍ୟରୁ ବଞ୍ଚିତ ହୋଇଥିବାରୁ ଉଭୟ ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ। ସାତଦିନ ମଧ୍ୟରେ ପ୍ରାପ୍ୟ ନ ମିଳିବାରୁ ଉଭୟ ଗ୍ରାମର ଅଭିଯୋଗକାରୀ ବ୍ଲକରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିବା ସମୟରେ ଅଫିସ ଆଗରେ ସପରିବାର ଧାରଣା ଦେଇଥିଲେ। ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ନିର୍ଦେଶକ୍ରମେ ବୌଦ୍ଧ ଜିଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡିଓଙ୍କ ଉପସ୍ଥିତିରେ ଆନ୍ଦୋଳନକାରୀଙ୍କୁ ଡକାଇ ଏ ବିଷୟରେ ଆଲୋଚନା କରିବା ସହିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories