www.samajalive.in
Saturday, December 13, 2025
21.1 C
Bhubaneswar

ଚାଷ ଜମି ଉପରେ ପାଇପ ପଡିଥିବା ଯୋଗୁଁ ଚାଷ କାମ ବିଳମ୍ବିତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମକୁ ଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ ଗୁଡିକ ବିଲ ମଝିରେ ପଡି ରହିଥିବା ଯୋଗୁଁ ଚାଷ କାର୍ଯ୍ୟ କରିବାରେ ଅସୁବିଧା ଦେଖା ଦେଇଛି । ପାଣି ପାଇପକୁ ଭିତରେ ପୋତି ନେବାର ଯୋଜନା ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଠିକା ସଂସ୍ଥା ପାଇପକୁ ମାଟି ଭିତରେ ପୋତୁ ନାହିଁ । ଯାହା ଫଳରେ ବର୍ତ୍ତମାନ ଧାନ ଚାଷ କରିବାର ସମୟ ଆସିଯାଇଥିବା ଯୋଗୁଁ ଚାଷୀ ଚାଷ କରିବାରେ ଅସୁବିଧାର ସମ୍ମୁଖୀନ ହେବା ସହ କାମ ମଧ୍ୟ ବିଳମ୍ବିତ ହେଉଛି । ତାସହିତ ପାଇପ ଉପରେ ପଡି ରହିଲେ ଚୋରି ହେବାର ଭୟ ମଧ୍ୟ ରହିଛି । ଚାଷୀ ମଧ୍ୟ ଚାଷ କରିବା ପୂର୍ବରୁ ପାଇପକୁ ମାଟି ତଳେ ପୋତିଦେବା ପାଇଁ ଠିକା ସଂସ୍ଥାକୁ ଅନୁରୋଧ କରିଛନ୍ତି । ତେଣୁ ଏହି ଠିକା ସଂସ୍ଥା ଯଥାଶୀଘ୍ର ପାଣି ପାଇପକୁ ମାଟି ଭିତରେ ପୋତି ଦେଲେ ଚାଷୀ ଚାଷ କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କହୁଛନ୍ତି । ଯଥାଶୀଘ୍ର ଏହାର ସମାଧାନ ନ କଲେ ଚାଷୀ ଚାଷ କଲେ ପାଣି ପାଇପ ନଷ୍ଟ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ନୂଆଗାଁ ରେ ପାନୀୟ ଜଳର ଉତ୍କଟ ସମସ୍ୟା ରହିଥିବା ଯୋଗୁଁ ପାଣି ପାଇପ ନଷ୍ଟ ହୋଇଗଲେ ଗ୍ରାମବାସୀ ପାଣି ସମସ୍ୟା ଭୋଗ କରିବେ ବୋଲି ଜଣାଯାଇଛି । ତେଣୁ ତୁରନ୍ତ ଏହାର ପ୍ରତିକାର କରିବା ପାଇଁ ସାଧାରଣରେ ଠିକା ସଂସ୍ଥାକୁ ଅନୁରୋଧ କରିଛନ୍ତି ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories