www.samajalive.in
Sunday, December 14, 2025
14.1 C
Bhubaneswar

ରାମଚଣ୍ଡି ପୀଠ ଟ୍ରଷ୍ଟ ବୋର୍ଡ଼ ଗଠନକୁ ମିଳିଲା ଲ’କମିଶନଙ୍କ ଅନୁମୋଦନ

ରେଙ୍ଗାଲି: ଦୈନିକ “ସମାଜ” ସମ୍ବଲପୁର ସଂସ୍କରଣ ରେ ଗତ ୨୮ ତାରିଖ ଦିନ” ପ୍ରାଚୀନ ରାମଚଣ୍ଡି ପୀଠ ପରିଚାଳନା ରେ ସମସ୍ୟା: ୮ମାସ ହେଲା ଖତ ଖାଉଛି ଟ୍ରଷ୍ଟ ବୋର୍ଡ ଗଠନ ଫାଇଲ୍” ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେଲା ପରେ ଲ’ କମିଶନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ୮ ମାସ ହେଲା ଅନୁମୋଦନ ଅପେକ୍ଷାରେ ଲ’କମିଶନ ଦପ୍ତରରେ ଅପେକ୍ଷାରତ ଫାଇଲକୁ କମିଶନ ଅନୁମୋଦନ କରିଥିବାଜଣାପଡିଛି। ସରକାର ଡେପୁଟି କମିଶନର ଏସଂକ୍ରାନ୍ତରେ ସମ୍ବଲପୁର ସ୍ଥିତ ସହକାରୀ ଦେବୋତ୍ତର କମିଶନରଙ୍କ ନିକଟକୁ ଫାକ୍ସ୍ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇ ସହକାରୀ  କମିଶନର ସୁପାରିଶ କରିଥିବା ଟ୍ରଷ୍ଟ ବୋର୍ଡ କମିଟିକୁ ୨ବର୍ଷ ପାଇଁ ଅନୁମୋଦନ ତଥା ଅନୁମତି ଦେଇଥିବା ପ୍ରକାଶ।
ସୂଚିତ ଯେ ସମ୍ବଲପୁର ଜିଲାର ରେଙ୍ଗାଲିବ୍ଲକ୍ ଅନ୍ତର୍ଗତ ଲପଙ୍ଗା ରେ ଥିବା ବିଶାଶହେ କୁଳତା ସମାଜର  ଆରାଧ୍ୟ ରଣେଶ୍ବର ରାମଚଣ୍ଡିଙ୍କ  ସର୍ବ ପ୍ରାଚୀନ ପୀଠର ଟ୍ରଷ୍ଟ ବୋର୍ଡ ଗଠନ ଫାଇଲ ୮ମାସ  ଲ’ କମିଶନର ଅନୁମୋଦନ ନହୋଇ ପଡି ରହିଥିଲା। ସହକାରୀ ଦେବୋତ୍ତର କମିଶନର ଟ୍ରଷ୍ଟ ଗଠନ ପାଇଁ ସୁପାରିଶ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ  ପୀଠର ପରିଚାଳନା, ନୀତିକାନ୍ତି, ସେବାୟତ ମାନଙ୍କ ଦରମା ଆଦିରେ ସମସ୍ୟା ଦେଖାଦେଇଥିଲା। ଏହି ପୀଠ  ଅବିଭକ୍ତ ସମ୍ବଲପୁର ଜିଲାର ୬୪ଟି ରାଜସ୍ବ ଗ୍ରାମରେ ରହୁଥିବା ବିଶାଶହେ ସମାଜର ଆସ୍ଥା ବିଶ୍ବାସର ପ୍ରତୀକ।  ଟ୍ରଷ୍ଟ ବୋର୍ଡ ଗଠନକୁ ଲ’ କମିଶନର ଅନୁମୋଦନ ମିଳି ଥିବାରୁ ବିଶାଶହେ ସମାଜରେ ଖୁସିର ଲହରି ଖେଳି ଯାଇଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories