www.samajalive.in
Thursday, December 11, 2025
18.1 C
Bhubaneswar

ଅସ୍ତ୍ରବିରତିକୁ ନେଇ ପାକ୍‌ ସାମ୍ବାଦିକଙ୍କ ଖୁଲାସା; ଟ୍ରମ୍ପଙ୍କ ପାଖକୁ ଦୌଡ଼ିଥିଲା ପାକିସ୍ତାନ..

ଇସଲାମାବାଦ: ଆମେରିକାରେ ରହୁଥିବା ପାକିସ୍ତାନୀ ସାମ୍ବାଦିକ ଅହମଦ ନୁରାନି ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଏକ ବଡ଼ ଦାବି କରିଛନ୍ତି। ନୁରାନି କହିଛନ୍ତି ଯେ, ପାକିସ୍ତାନ ଆମେରିକାକୁ ଚାଟୁକାର କରି ଏହି ଅସ୍ତ୍ରବିରତି କରାଇଛି। ନୁରାନି ତାଙ୍କ ଭିଡିଓରେ କହିଛନ୍ତି, ପାକିସ୍ତାନର ଅବସ୍ଥା ଦେଖନ୍ତୁ ଯେ ସେ ଆମେରିକାକୁ ଏହା ମଧ୍ୟ କହିପାରିଲା ନାହିଁ ଯେ ସିନ୍ଧୁ ଜଳ ଚୁକ୍ତି ଉପରେ ଆଲୋଚନା କରାଯିବା ଉଚିତ। ପାକିସ୍ତାନୀମାନେ କେବଳ ଦୌଡ଼ି ଦୌଡ଼ି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ ପହଞ୍ଚିଗଲେ ଏବଂ ଏହି ଯୁଦ୍ଧ ବନ୍ଦ କରାଇବାକୁ ଅନୁରୋଧ କଲେ ଏବଂ ଅସ୍ତ୍ରବିରତି ହେବା ମାତ୍ରେ ସେମାନେ ଖୁସିରେ ଫେରି ପଳାଇଥିଲେ। ଅହମଦ ନୁରାନି କହିଛନ୍ତି ଯେ, ଏହି ଘଟଣାକ୍ରମ ପାକିସ୍ତାନର ଦୁର୍ବଳତାକୁ ଦର୍ଶାଉଛି। ଯଦି କେହି ଏ ବିଷୟରେ କଥାବାର୍ତ୍ତା କରନ୍ତି ତେବେ ପାକିସ୍ତାନ ରାଗିବା ଉଚିତ୍ ନୁହେଁ ବରଂ ନିଜର ଦୁର୍ବଳତାକୁ ଗ୍ରହଣ କରିବା ଉଚିତ୍।

ପାକିସ୍ତାନର ଆମେରିକାକୁ ଯୁଦ୍ଧବିରତି ପାଇଁ ନିବେଦନର ପର୍ଦ୍ଦାଫାସ କରିବା ସହିତ ନୁରାନି ଏହା ମଧ୍ୟ କହିଛନ୍ତି ଯେ, ସିନ୍ଧୁ ଚୁକ୍ତି ଉପରେ ପାକିସ୍ତାନର ପକ୍ଷ ଦୁର୍ବଳ ମନେ ହେଉଛି। ସେ କହିଛନ୍ତି ଯେ, ଭାରତ ଜଳ ଚୁକ୍ତି(ଆଇଡବ୍ଲ୍ୟୁଟି)କୁ ବାତିଲ କରିଦେଲା ଏବଂ ପାକିସ୍ତାନ ସରକାର ଏବଂ ସେନା କିଛି କରିପାରିଲେ ନାହିଁ। ଭବିଷ୍ୟତରେ ମଧ୍ୟ ସେ ଏହି ପ୍ରସଙ୍ଗରେ କିଛି କରିପାରିବେ ବୋଲି ମନେ ହେଉନାହିଁ। ଅହମଦ ନୁରାନି ଜଣେ ଜଣାଶୁଣା ଅନୁସନ୍ଧାନକାରୀ ସାମ୍ବାଦିକ। ସେ ଅସୀମ ମୁନୀର, ଇମ୍ରାନ ଖାନ ଏବଂ ପାକିସ୍ତାନର ଅନେକ ବଡ଼ ନେତାଙ୍କ ବିଷୟରେ ପର୍ଦ୍ଦାଫାସ କରିଛନ୍ତି। ସେ ବର୍ତ୍ତମାନ ଆମେରିକାରେ ନିର୍ବାସିତ ଜୀବନ କାଟୁଛନ୍ତି।

- Advertisement -

ନୁରାନିଙ୍କ ଖୁଲାସା ଦ୍ଵାରା ଅସ୍ତ୍ରବିରତି ଉପରେ ପାକିସ୍ତାନ ସେନାର ମିଛର ମଧ୍ୟ ପର୍ଦ୍ଦାଫାସ ହୋଇଛି। ପାକିସ୍ତାନ ସେନାର ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ରବିବାର ଦାବି କରି କହିଥିଲେ ଯେ, ପାକିସ୍ତାନ ଯୁଦ୍ଧବିରତି ପାଇଁ ଅନୁରୋଧ କରି ନ ଥିଲା ବରଂ ତାଙ୍କ ପାଖକୁ ଏହି ଅନୁରୋଧ ଆସିଥିଲା, ଯାହାକୁ ଗ୍ରହଣ କରାଯାଇଛି। ଏବେ ନୁରାନି ସ୍ପଷ୍ଟ କରିଛନ୍ତି ଯେ, ଯୁଦ୍ଧବିରତି ପାଇଁ ଆମେରିକା ସହିତ ଯୋଗାଯୋଗ କରିଥିଲା ପାକିସ୍ତାନ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନ ଧରି ଗୁଳିବର୍ଷା ଏବଂ ବିମାନ ଆକ୍ରମଣ ପରେ ମେ’ ୧୦ ତାରିଖରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ମେ’ ୬ ରାତିରେ ଭାରତୀୟ ସେନା ପାକିସ୍ତାନରେ ଆତଙ୍କବାଦୀ ଠିକଣାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିବା ପରେ ଉଭୟଙ୍କ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ଏହି ସମୟରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡାକୁ ଭାରତ ଟାର୍ଗେଟ କରିଥିଲା।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories