www.samajalive.in
Saturday, December 13, 2025
26.1 C
Bhubaneswar

ରଜୌରୀରେ ପାକ୍ ମିସାଇଲରେ ଭାଙ୍ଗିଲା ଘର

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ଭାରତର ଜବରଦସ୍ତ ପ୍ରହାରରେ ପାକିସ୍ତାନର ଅଣ୍ଟା ଭାଙ୍ଗିଯାଇଛି । ଭାରତୀୟ ସେନା ପାକିସ୍ତାନର ୨ ଜେଏଫ୍-୧୭ ଓ ଗୋଟିଏ ଏଫ-୧୬ ଫାଇଟର ଜେଟ୍ ମାରି ଖସାଇଛି । ଏହା ସହିତ ପାକିସ୍ତାନ ଏୟାରଫୋର୍ସର ଏଡବ୍ଲୁଏସିଏସ୍ ବିମାନ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଧ୍ବସଂ କରିଦେଇଛି । ପ୍ରାୟ ୪୮ ଘଣ୍ଟାରେ ପାକିସ୍ତାନକୁ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡିଛି ।

- Advertisement -

ରଜୌରୀରେ ଏକ ନବଦମ୍ପତିଙ୍କ ଘର ନିକଟରେ ଖସିଥିବା ମିସାଇଲ ତାଙ୍କ ଘରକୁ ଧ୍ବସଂ କରିଛି । ସାମ୍ନାକୁ ଆସିଥିବା ଏକ ଭିଡିଓରେ ଋଷି ଓ ଶ୍ରୁତିଙ୍କ ଘର କାଚ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । କାନ୍ଥରୁ ସିମେଣ୍ଟ ଖସିଯାଇଛି । ଚାରିଆଡେ ଭଗ୍ନାବଶେଷ ପଡିଛି । ଗୋଟେପଟେ ପାକିସ୍ତାନ ସେନା ନିର୍ଦ୍ଦୋଷ ନାଗରିକଙ୍କୁ ଟାର୍ଗେଟ୍ କରୁଥିବାବେଳେ ଭାରତ ସରକାର ସକ୍ରିୟ ରୂପେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି  । ପ୍ରଶାସନ ଦ୍ବାରା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟାରେ ପାକିସ୍ତାନର ଆକ୍ରମଣରେ ଭାରତ ପାଲଟା ଜବାବ ଦେଇଛି । ଏଥିରେ ପାକିସ୍ତାନର ଅନେକ ସହର କ୍ଷତିଗ୍ରସ୍ତ ହୋଇଥିବାବେଳେ ବନ୍ଦର ନଷ୍ଟ ହୋଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories