www.samajalive.in
Monday, December 8, 2025
14.1 C
Bhubaneswar

ଅପରେସନ୍‌ ସିନ୍ଦୂର ; ସିନ୍ଦୂର ପୋଛିଥିଲେ, ସିନ୍ଦୂର ନେଲା ପ୍ରତିଶୋଧ, ରାତି ଅଧରେ ଥରିଲା ପାକିସ୍ତାନ

ନୂଆଦିଲ୍ଲୀ : ସିନ୍ଦୂର ନେଲା ସିନ୍ଦୂରର ପ୍ରତିଶୋଧ। ଦିନେ ସିନ୍ଦୂର ପୋଛି କନ୍ଦାଇଥିଲା। ଏବେ ସିନ୍ଦୂର ଦେଲା ଉଚିିତ୍‌ ଜବାବ। ସେଦିନ ଥିଲା ଏପ୍ରିଲ ୨୨ । ଯେବେ ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦେଇଥିବା ପର୍ଯ୍ୟଟକ କାଶ୍ମୀରର ପହଲଗାଓଁରେ ପରିବାର ସହ ବୁଲିବାକୁ ଯାଇ ସବୁକିଛି ହଜାଇଥିଲେ । କିଏ ହରାଇଥିଲା ସ୍ୱାମୀକୁ ତ ପୁଣି କିଏ ବାପାକୁ, କିଏ ପୁଅକୁ । ଚାରି ଆଡେ ଶୁଭୁ ଥିଲା କାନ୍ଦ ବୋବାଳି । ସ୍ତବ ହୋଇଯାଇଥିଲା ସାରା ଦେଶ । ରକ୍ତର ଛିଟାରେ ପରିଜନ ଖୋଜି ବୁଲୁଥିଲେ ନିଜ ପ୍ରିୟ ମଣିଷକୁ । ମାତ୍ର ସବୁକିଛି ବଦଳି ଯାଇଥିଲା । ପହଗାଓଁରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଚାଲି ଯାଇଥିଲା ୨୬ ନୀରିହ ଜୀବନ । ପ୍ରତିଶୋଧ ନେବା ପାଇଁ ଭାରତ ଅପେକ୍ଷା କରିଥିଲା ସଠିକ୍‌ ସମୟକୁ । ମେ’ ୬ ବିଳମ୍ବିତ ରାତିରେ ପାକିସ୍ତାନ ଓ ପିଓକେରେ କରିଥିଲା ଏୟାର ଷ୍ଟ୍ରାଇକ୍‌ । ଗତକାଲି ବିଳମ୍ବିତ ରାତିରେ ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଛି। ରାତି ପ୍ରାୟ ୧.୩୦ ସମୟରେ ଭାରତ ‘ଅପରେସନ୍ ସିନ୍ଦୂର’ ଅଧୀନରେ ବାହାବଲପୁର, କୋଟଲି ଏବଂ ମୁଜାଫରାବାଦରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ, ସେନା ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ଉଚିତ ଜବାବ ଦେଇଛି।

ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ଏପ୍ରିଲ ୨୨ରେ ହୋଇଥିଲା ଆତଙ୍କୀ ଆକ୍ରମଣ। ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରି ୨୬ ଜଣଙ୍କୁ ନୃଂଶସ ଭାବେ ହତ୍ୟା କରିଥିଲେ। ସେନା ପୋଷାକ ପିନ୍ଧି ଆତଙ୍କୀମାନେ ପହଲଗାମ୍‌ର ବାୟସରନ ଘାଟିରେ ପ୍ରଥମେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରିବା ସହ ପରିଚୟ ପତ୍ର ଦେଖିଥିଲେ । ଏହାପରେ ହିନ୍ଦୁ ବୋଲି କହି ଗୁଳି ଚାଳନା କରିଥିଲେ। ୨୬ ମୃତକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ସହ ୨ ଜଣ ବିଦେଶୀ ଓ ୨ ଜଣ ସ୍ଥାନୀୟ ନାଗରିକ ସାମିଲ ଥିଲେ । ପ୍ରାୟ ୨୦ ଜଣ ଆହତ ହୋଇଥିଲେ।

ବିସ୍ଫୋରଣ, ଧୂଆଁ ; ସାମ୍ନାକୁ ଆସିଲା ଅପରେସନ୍-ସିନ୍ଦୂରର ଏସବୁ ଭିଡିଓ

- Advertisement -

ଅପରେସନ୍‌ ସିନ୍ଦୂର : ଜାଣନ୍ତୁ କିଏ ସୋଫିଆ କୁରେଶୀ?

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories