www.samajalive.in
Monday, December 8, 2025
24.1 C
Bhubaneswar

ଜାତିସଂଘରେ ଲଜ୍ଜିତ ହେଲା ପାକିସ୍ତାନ- ସଦସ୍ୟ ଦେଶ ଉଠାଇଲେ ପ୍ରଶ୍ନ

ସମାଜ ଡିଜିଟାଲ ଡେସ୍କ: ମିଳିତ ଜାତିସଂଘରେ ପୁଣି ଲଜ୍ଜିତ ହୋଇଛି ପାକିସ୍ତାନ । ପହଲଗାଓଁ ଆକ୍ରମଣ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ର ସଦସ୍ୟ ଦେଶଗୁଡିକ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି । ଆକ୍ରମଣରେ ଭାରତ ପକ୍ଷରୁ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାକୁ ବିରୋଧ କରି ବୁହତ ଆଶା ନେଇ ଜାତିସଂଘର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ । ମିଛ କହି ଜାତିସଂଘର ସଦସ୍ୟ ଦେଶଗୁଡିକୁ ଭ୍ରମିତ କରିବାକୁ ପ୍ରୟାସ ମଧ୍ୟ କରିଥିଲା । କିନ୍ତୁ ପାକିସ୍ତାନର ଏହି ଷଡ଼ଯନ୍ତ୍ର ସମ୍ପୂର୍ଣ୍ଣ ବିଫଳ ହୋଇଛି। ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନେ ପାକିସ୍ତାନକୁ ଅନେକ ପ୍ରଶ୍ନ କରିବା ସହ କଡା ସମାଲୋଚନା କରିଥିଲେ। ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ସଦସ୍ୟ ଦେଶମାନେ ପହଲଗାଓଁ ଆକ୍ରମଣରେ ଲସ୍କର-ଏ-ତଇବାର ହାତ ରହିଛି କି ନାହିଁ ପ୍ରଶ୍ନ କରିଥିଲେ । ଧର୍ମ ସମ୍ପର୍କରେ ପଚାରି ଆତଙ୍କବାଦୀମାନେ ଗୁଳି ମାରିବା ଘଟଣାକୁ କଡା ନିନ୍ଦା କରାଯିବା ସହିତ ପାକିସ୍ତାନକୁ ଏ ସମ୍ପର୍କରେ ଅନେକ ପ୍ରଶ୍ନ କରାଯାଇଥିଲା। ଏପରି କି ପାକିସ୍ତାନର ବଡ଼ ବନ୍ଧୁ କୁହାଯାଉଥିବା ଚୀନ ବି ବୈଠକରେ ନୀରବ ରହିଥିଲା।

ପାକିସ୍ତାନର ଅନୁରୋଧ କ୍ରମେ କରାଯାଇଥିବା ରୁଦ୍ଧଦ୍ୱାର ବୈଠକରେ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନେ ଇସଲାମାବାଦର ମିଥ୍ୟା ଦାବିକୁ ଗ୍ରହଣ କରି ନ ଥିଲେ । ପହଲଗାଓଁ ଆକ୍ରମଣ ପାଇଁ ଲସ୍କର-ଏ-ତଇବା ଆତଙ୍କବାଦୀ ସଂଗଠନର ସମ୍ପୃକ୍ତି ଅଛି କି ନାହିଁ ପାକିସ୍ତାନକୁ ପ୍ରଶ୍ନ କରିଥିଲେ। ଏହାସହିତ ଘଟଣାକୁ ନିନ୍ଦା କରିଥିଲେ । ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ପରମାଣୁ ଆକ୍ରମଣ ଧମକ ନେଇ ବୟାନବାଜି ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରୁଛି ବୋଲି ସଦସ୍ୟ ଦେଶଗୁଡିକ କହିଛନ୍ତି । ପାକିସ୍ତାନ ଏହି ମାମଲାକୁ ଏକ ଆନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଚେଷ୍ଟା କରିଥିବା ବେଳେ ଏଥିରେ କିନ୍ତୁ ବିଫଳ ହୋଇଥିଲା। ଭାରତ ସହିତ ଦ୍ୱିପାକ୍ଷିକ ଭାବରେ ସମସ୍ୟାର ସମାଧାନ କରିବାକୁ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories