www.samajalive.in
Monday, December 8, 2025
24.1 C
Bhubaneswar

ମାଓବାଦୀଙ୍କ ବର୍ବର କାଣ୍ଡ, ନାୟବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା

ସୁକୁମା: ମାଓବାଦୀଙ୍କ ବର୍ବର କାଣ୍ଡ। ନାୟବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା। ମାଓବାଦୀମାନେ ଛତିଶଗଡ଼଼ ସୁକୁମା ଜିଲାରେ ନାୟବ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରିଛନ୍ତି। ସେମାନେ ପୁଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କୁ ହତ୍ୟା କରିଥିବା ପ୍ରକାଶ କରିଛନ୍ତି।

ଛତିଶଗଡ଼଼ ସୁକୁମା ଜିଲା ତାରଲାବେଡ଼ା ପଞ୍ଚାୟତର ନାୟବ ସରପଞ୍ଚ ମୁଚାକି ରାମାଙ୍କୁ ମାଓବାଦୀମାନେ ହତ୍ୟା କରିବା ପରେ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ନାୟବ ସରପଞ୍ଚଙ୍କ ହତ୍ୟାକାଣ୍ଡ ପରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ହତ୍ୟାକାଣ୍ଡ ଭିଆଇଥିବା ମାଓବାଦୀମାନଙ୍କୁ ମୁହଁତୋଡ ଯବାବ ଦିଆଯିବ ଏବଂ ସେମାନେ ଯେକୌଣସି ସ୍ଥାନରେ ଲୁଚି ରହିଥିଲେ ବି ଖୋଜି ବାହାର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories