www.samajalive.in
Saturday, December 13, 2025
15.1 C
Bhubaneswar

ଆଠଗଡ ବୟନ ବିଭାଗରେ ବ୍ୟାପକ ଦୁର୍ନୀତି ଅଭିଯୋଗ 

ଆଠଗଡ : ଆଠଗଡ ବୟନ ବିଭାଗରେ ବୁଣାକାର କଲ୍ୟାଣ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଚାଲିଥିବା ଅଭିଯୋଗ ହେଉଛି। ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତତନ୍ତକୁ ପ୍ରୋତ୍ସାହନ ଦେବା ଏବଂ ବୁଣାକାରମାନଙ୍କ କଲ୍ୟାଣ ଓ ଆର୍ଥିକ ସ୍ୱଚ୍ଛଳତା ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତେବେ କେତେକ ଦୁର୍ନୀତିଗ୍ରସ୍ତ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ଏହି ସମସ୍ତ ଯୋଜନାରେ ବ୍ୟାପକ ହରିଲୁଟ ହେଉଥିବା ଜଣାପଡିଛି । ମିଳିଥିବା ପରିସଂଖ୍ୟାନ ଅନୁଯାୟୀ ଆଠଗଡ ବୟନ ମଣ୍ଡଳ ଅଧିନରେ ଆଠଗଡ, ତିଗିରିଆ, ବଡମ୍ବା, ନରସିଂହପୁର, ବାଙ୍କି ଓ ଡମପଡା ବ୍ଲକର ମୋଟ ୯୦ଟି ସମିତି ଅଧିନରେ ପ୍ରାୟ ୧୬ ହଜାର ପଞ୍ଜୀକୃତ ବୁଣାକାର ରହିଛନ୍ତି। ଏହି ସବୁ ବ୍ଲକର କେତେକ ଗ୍ରାମରେ ଆଦୌ ତନ୍ତ ନଥିବା ବା କେବେବି ଲୁଗାପଟା ବୁଣିନଥିବା ଲୋକଙ୍କୁ କେବଳ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ବୁଣାକାର ଦର୍ଶାଯାଇଛି।

୫୦୦ ବର୍ଷ ପରେ ମେ’ରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, କିଣିବେ ଘର, ହେବେ ଭାଗ୍ୟଶାଳୀ..

- Advertisement -

ତିଗିରିଆର ହରିଡାପଶି ଗ୍ରାମରେ ମାତ୍ର ୭-୮ ଟି ବୁଣାକାର ପରିବାର ରହିଥିବାବେଳେ ସେଠାରେ ୫୦ ରୁ ଉର୍ଦ୍ଧ୍ବ ବୁଣାକାର ଥିବା ଦର୍ଶାଇ ଏକ ସମିତି ଗଠନ ହୋଇଥିବା ଅଭିଯୋଗ ହେଉଛି। ଚଳିତବର୍ଷ ସରକାର ବିଭିନ୍ନ ବୁଣାକାର କଲ୍ୟାଣ ଯୋଜନାର ଆଠଗଡ ବୟନ ବିଭାଗକୁ ପ୍ରାୟ ୧୭ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି।  ତା ମଧ୍ୟରେ ବୁଣାକାରଙ୍କ ପାଇଁ  ପ୍ରାୟ ୨୬୦୦ରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ଇନଭର୍ଟର ଯୋଗାଣ, ୮ଶହରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ତନ୍ତଶାଳା ନିର୍ମାଣ, ତନ୍ତ ଉପକରଣ ବଣ୍ଟନ ଏବଂ ବୁଣାକାରଙ୍କ ତାଲିମ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ରହିଛି। ତେବେ ପ୍ରାଥମିକ ସ୍ତରରେ ବୁଣାକାରଙ୍କୁ ଇନଭର୍ଟର ଯୋଗାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି।  ଏପରିକି ଗୋଟିଏ ଘର ଓ ଗୋଟିଏ ପରିବାରର ସ୍ୱାମୀ ଓ ସ୍ତ୍ରୀଙ୍କୁ ଇନଭର୍ଟର ପ୍ରଦାନ କରାଯାଇଥିବା ଜଣାପଡିଛି। ଏହିପରି ପ୍ରାୟ ୪୦ ରୁ ୫୦ ବା ତଦୂର୍ଦ୍ଧ୍ବ ପରିବାରରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଇନଭର୍ଟର ପ୍ରଦାନ କରାଯାଇଛି ବୋଲି କେତେକ ବୁଣାକାର ଅଭିଯୋଗ କରିଛନ୍ତି। ସେହିଭଳି ତନ୍ତଶାଳା ନିର୍ମାଣ, ତନ୍ତ ଉପକରଣ ବଣ୍ଟନ ଓ ତାଲିମ କାର୍ଯ୍ୟକ୍ରମରେ ବହୁ ଅନିୟମିତତାର ଅଭିଯୋଗ ହେଉଛି। ଏ ସମ୍ପର୍କରେ ଆଠଗଡ ବୟନ ବିଭାଗର ଭାରପ୍ରାପ୍ତ ସହକାରୀ ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେପରି କୌଣସି ଅନିୟମିତତା ହୋଇନି ଏବଂ ଅଭିଯୋଗ ହେଲେ ତଦନ୍ତ କରି ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ବାହ୍ୟ କର୍ମଚାରୀ ଯୋଗାଣ ସଂସ୍ଥା ମାଧ୍ୟମରେ ନିଯୁକ୍ତି ପାଇଥିବା କିଛି କର୍ମଚାରୀ ଏହି ସବୁ ଦୁର୍ନୀତି ଓ ଅନିୟମିତତା ସମ୍ପର୍କରେ ଜାଣିଯିବାରୁ ସେମାନଙ୍କ ବାର୍ଷିକ କାର୍ଯ୍ୟକାଳ ଶେଷ ହେବା ପରେ ଜାଣିଶୁଣି ସଂପୃକ୍ତ ବାହ୍ୟ କର୍ମଚାରୀ ଯୋଗାଣ ସଂସ୍ଥାର ପୁନଃ ନବୀକରଣ କରାଗଲା ନାହିଁ । ଫଳରେ ସେମାନେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏ ସମ୍ପର୍କରେ ସ୍ମାରକପତ୍ର ପ୍ରଦାନ  କରିଛନ୍ତି। ଆଠଗଡରେ ବୟନ ମଣ୍ଡଳରେ ସ୍ଥାୟୀ ସହକାରୀ ନିର୍ଦ୍ଦେଶକ ନଥିବାବେଳେ ଢେଙ୍କାନାଳର ସହକାରୀ ବୟନ ନିର୍ଦ୍ଦେଶକ ଶ୍ରୀକାନ୍ତ ନାୟକ ଏଠାରେ ଅସ୍ଥାୟୀ ଦାୟିତ୍ବ ନିର୍ବାହ କରୁଛନ୍ତି। ଏଠାରେ ଦୀର୍ଘ ଦିନ କାର୍ଯ୍ୟରତ ଜଣେ କରିତକର୍ମା କ୍ଷେତ୍ର ଅଧିକାରୀ ଦୁର୍ନୀତି ଓ ଅନିୟମିତତାରେ ଲିପ୍ତ ଥିବା ଅଭିଯୋଗ ହେଉଛି । ଆଠଗଡ ବୟନ ବିଭାଗରେ ହେଉଥିବା ଦୁର୍ନୀତି ଓ ଅନିୟମିତତା ଅଭିଯୋଗର ଭିଜିଲାନ୍ସ ତଦନ୍ତ କରାବାକୁ ଦାବି ହେଉଛି।

ଦେଖନ୍ତୁ ଭିଡିଓ ; ଆତଙ୍କବାଦୀଙ୍କ ଠିକଣା ଦେଖାଇବାକୁ ଯାଉଥିବା ଯୁବକ ନଦୀକୁ ଡେଇଁ ହାରିଲା ଜୀବନ..

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories