www.samajalive.in
Friday, December 5, 2025
26.1 C
Bhubaneswar

ହାଇଦରାବାଦ୍‌-ଦିଲ୍ଲୀ ଲଢେଇ: ସନ୍‌ରାଇଜର୍ସ ପାଇଁ ଆଜି ଶେଷ ସୁଯୋଗ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୫ର ସୋମବାର ୫୫ତମ ମ୍ୟାଚ ସନରାଇଜର୍ସ ହାଇଦରାବାଦ୍‌ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିମୟରେ ଖେଳାଯିବ। ସନରାଇଜର୍ସ ହାଇଦରାବାଦ୍‌ ପାଇଁ ପ୍ଳେ ଅଫ ଦୌଡ଼ ଆଶାକୁ ବଜାୟ ରଖିବା ନେଇ ଶେଷ ସୁଯୋଗ ରହିଛି। ବିଶାଖାପାଟଶାରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ଦିଲ୍ଲୀ ୭ ୱିକେଟରେ ହାଇଦରାବାଦ୍‌କୁ ପରାସ୍ତ କରିଥିଲା। ଏ​‌େ​‌ବ ହାଇଦରାବାଦ୍‌ ନିକଟରେ ପ୍ରତିଶୋଧ ନେବାର ସୁଯୋଗ ରହିଛି।
ସନରାଇଜର୍ସ ହାଇଦରାବାଦ୍‌ ୧୦ଟି ମ୍ୟାଚରୁ ୩ଟି ବିଜୟ ଓ ୭ଟି ପରାଜିତ ହୋଇଛି। ପ୍ଲେ ଅଫକୁ ନେଇ ଆଶଙ୍କାରେ ରହିଥିବାବେଳେ ଦଳ ପାଇଁ ଶେଷ ୪ଟି ମ୍ୟାଚ କର ବା ମର ସ୍ଥିତିରେ ପହଞ୍ଚିଛି। ସନରାଇଜର୍ସ ଶେଷ ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ ନିକଟରୁ ୩୮ରନରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଭାଗରେ ଅଭିଷେକ ଶର୍ମା ୭୪ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନଙ୍କ ସହଯୋଗ ମିଳିନଥିଲା। ଟ୍ରେଭିସ ହେଡ୍‌, ହେନରିକ କ୍ଲାସେନ, ନୀତିଶ କୁମାର ରେଡ୍ଡି, ଈଶାନ କିଷନ ବିଫଳ ହେବା ଦଳର ବ୍ୟାଟିଂ ଚିନ୍ତା ବଢାଇଛି। ପ୍ୟାଟ୍‌ କମିନ୍‌ସ, ମହମ୍ମଦ ସାମି, ଜୟଦେବ ଉନାଦକତ ଓ ହର୍ଶଲ ପଟେଲଙ୍କ ଭଳି ​‌େ​‌ବାଲର ରହିଥିଲେ ମଧ୍ୟ ଦଳ ବୋଲିଂ ବିଭାଗରେ ବିଫଳ ହେଉଛି। ଦଳକୁ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ସନରାଇଜର୍ସକୁ ପ୍ଳେ ଅଫ ଦୌଡ଼ ଆଶା ବଜାୟ ରଖିବାକୁ ହେଲେ ଉକ୍ତ ମ୍ୟାଚକୁ କୌଣସି ମତେ ଜିତିବାକୁ ପଡ଼ିବ। ପରାଜିତ ହେଲେ ଦଳ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବ।

ଦିଲ୍ଲୀ କ୍ୟାପିଟାଲ୍‌ସ ୧୦ଟି ମ୍ୟାଚରୁ ୬ଟି ବିଜୟ ଓ ୪ଟି ପରାଜୟ ସହ ୧୨ ପଏଣ୍ଟ ପାଇଛି। ସନରାଇଜର୍ସ ହାଇଦରାବାଦ୍‌ ବିପକ୍ଷ ମ୍ୟାଚକୁ ଜିତି ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବାକୁ ଚେଷ୍ଟା କରିବ। ଦିଲ୍ଲୀ ଶେଷ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସ ନିକଟରୁ ୧୪ରନରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଭାଗରେ ଫାଫ ଡୁପ୍ଲେସି, ଅକ୍ଷର ପଟେଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ସଫଳ ହୋଇନଥିଲେ। ଅଭିଷେକ ପୋରେଲ, କରୁଣ ନାୟର, ଲୋକେଶ ରାହୁଲ, ତ୍ରିଷ୍ଟାନ ଷ୍ଟବ୍‌ସଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରୁଛି। ପୋରେଲ ଓ ରାହୁଲ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ବୋଲିଂ ବିଭାଗକୁ ଦେଖିବାକୁ ଗଲେ ମିଚେଲ ଷ୍ଟାର୍କ ନିୟମିତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ଷ୍ଟାର୍କ ୧୪ଟି ୱିକେଟ ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦୁଷ୍ମନ୍ତ ଚାମିରା, ମୁକେଶ କୁମାର, କୁଳଦୀପ ଯାଦବ, ବିପରାଜ ନିଗମ ମଧ୍ୟ ବୋଲିଂ ଭାର ସମ୍ଭାଳୁଛନ୍ତି। ପ୍ରଦର୍ଶନକୁ ଦେଖିଲେ ଉଭୟ କ୍ଷେତ୍ରରେ ଦିଲ୍ଲୀ ସନରାଇଜର୍ସଠାରୁ ଆଗରେ ରହିଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଦିଲ୍ଲୀ ୩ଟି ଓ ସନରାଇଜର୍ସ ୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories