www.samajalive.in
Monday, December 8, 2025
24.1 C
Bhubaneswar

ବଲିଉଡ ଅଭିନେତ୍ରୀଙ୍କ ପାଇଁ ସ୍ବର୍ଣ୍ଣିମ ସମୟ ଆଣିଥିଲେ ମଧୁବାଲା

ବଲିଉଡର ବିଶିଷ୍ଟ ଅଭିନେତ୍ରୀଙ୍କ ମଧ୍ୟରେ ମଧୁବାଲା ହେଉଛନ୍ତି ଅନ୍ୟତମ । ତାଙ୍କ ଅଭିନୟର ଆକର୍ଷଣ ଏପରି ଥିଲା ଯେ, ଆଜି ବି ହିପ-ହାଁପ ଯୁବପୀଢି ମଧୁବାଲାଙ୍କୁ ମନେ ପକାଉଛନ୍ତି । ଫେବୃଆରୀ ୧୪ ତାରିଖ ଅର୍ଥାତ୍ ଆଜି ହେଉଛି ମଧୁବାଲାଙ୍କ ଜନ୍ମଦିନ । ୧୯୩୩ ମସିହା ଫେବୃଆରୀ ୧୪ ତାରିଖରେ ବଲିଉଡର ଏହି ଅଭିନେତ୍ରୀ ଜନ୍ମଗ୍ରହଣ କରିଥିଲେ ।

ମଧୁବାଲାଙ୍କ ୮୬ ଜନ୍ମ ଦିବସ ଅବସରରେ ଦେଶ-ବିଦେଶରେ ଫ୍ୟାନ୍ସମାନେ ତାଙ୍କୁ ମନେ ପକାଉଥିବା ବେଳେ ଗୁଗଲ ପକ୍ଷରୁ ଏକ ନିଆରା ଢଙ୍ଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ମଧୁବାଲା ନୃତ୍ୟ କରୁଥିବା ଚିର ପରିଚିତ ଶୈଳୀରେ ଏକ ଫଟୋ ଚିତ୍ର ମାଧ୍ୟମରେ ଗୁଗଲ ଶ୍ରଦ୍ଧାଞ୍ଜଳି ଜଣାଇଛି । ଦିଲ୍ଲୀର ପଶତୁନ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିବା ମଧୁବାଲାଙ୍କ ପିଲା ଦିନର ନାମ ମୁମତାଜ ବେଗମ ଜହାଁ ଦେହଲବୀ ଥିଲା।

- Advertisement -

ଫିଲ୍ମ ‘ବସନ୍ତ’ ଜରିଆରେ ମଧୁବାଲା ବଲିଉଡରେ ପଦାର୍ପଣ କରିଥିଲେ । ଭାରତୀୟ ଫିଲ୍ମ ଦୁନିଆର ପ୍ରଥମ ମହିଳା କଳାକାର ନାମର ଜଣାଶୁଣା ଦେବିକା ରାଣୀ ମଧୁବାଲାଙ୍କ ଏହି ଫିଲ୍ମରେ ବହୁତ ପ୍ରଭାବିତ ହୋଇଥିଲେ । ମୁଖ୍ୟ ଚରିତ୍ର ଭାବେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ନୀଳକମଳ’ । ଏହି ଫିଲ୍ମ ପରେ ‘ଚଳଚ୍ଚିତ୍ର ଜଗତର ସୌନ୍ଦର୍ଯ୍ୟ ଦେବୀ’ ନାମରେ ସେ ପରିଚିତ ଥିଲେ ।

୩୬ ବର୍ଷ ବୟସରେ ୧୯୬୯ ଫେବୃଆରୀ ୨୩ ତାରିଖରେ ମଧୁବାଲାଙ୍କ ନିଧନ ହୋଇଥିଲା । ଦୀର୍ଘ ଦିନ ଧରି ହୃଦଘାତ ଜନିତ ରୋଗରେ ସେ ପୀଡିତ ଥିଲେ । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିଲେ ମଧ୍ୟ ଚଳଚ୍ଚିତ୍ର ଜଗତରୁ ସେ ଦୂରେଇ ଯାଇନଥିଲେ । ଅନେକ ଥର ସେ ସୁଟିଂ ସେଟ୍ ରେ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପାଇଁ ସେ ଲଣ୍ଡନ ଯାଇଥିଲେ, ହେଲେ ସର୍ଜରୀ ପାଇଁ ଡାକ୍ତର ତାଙ୍କୁ ମନା କରିଥିଲେ । କାରଣ ସର୍ଜରୀ ସମୟରେ ତାଙ୍କର ମୃତ୍ୟୁ ଘଟିବାକୁ ନେଇ ଡାକ୍ତର ଆଶଙ୍କା ପ୍ରକାଶ କରିଥିଲେ । ତାଙ୍କର ଶେଷ ଚଳଚ୍ଚିତ୍ର ‘ଜଲୱା’ ମୃତ୍ୟୁର ଦୁଇ ବର୍ଷ ପରେ ୧୯୭୧ରେ ମୁକ୍ତିଲାଭ କରିଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories