www.samajalive.in
Monday, December 8, 2025
24.1 C
Bhubaneswar

ବିଜିନ୍‌ଜମ ବନ୍ଦର ଉଦ୍‌ଘାଟନ କରି କହିଲେ ପ୍ରଧାନମନ୍ତ୍ରୀ- ଆଜି ଅନେକଙ୍କ ନିଦ ହଜିଯିବ

ସମାଜ ଡିଜିଟାଲ ଡେସ୍କ: କେରଳର ଥିରୁଭାନନ୍ତପୁରମରେ ନିର୍ମିତ ବିଝିନଜମ ଅନ୍ତର୍ଜାତୀୟ ବନ୍ଦରକୁ ଶୁକ୍ରବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅନ୍ତର୍ଜାତୀୟ ବନ୍ଦରକୁ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ପରୋକ୍ଷ ଭାବେ ସମାଲୋଚନା କରିଛନ୍ତି। ଏହି ବନ୍ଦର ଉଦଘାଟନ ଫଳରେ ଅନେକଙ୍କ ନିଦ ହଜିଯିବ ବୋଲି ମୋଦୀ କହିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଯୋଗଦେଇ ନ ଥିବାବେଳେ କଂଗ୍ରେସ ନେତା ଶଶୀ ଥରୁର ଉପସ୍ଥିତ ରହିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଆପଣ ଇଣ୍ଡି ବ୍ଲକର ଜଣେ ମଜଭୁତ ନେତା। ଶଶୀ ଥରୁର ବି ଏଠାରେ ବସିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଅନେକ ଲୋକଙ୍କ ନିଦ ହଜିଯିବ।

- Advertisement -

ବିଝିନଜମ ବନ୍ଦର କାର୍ଯ୍ୟକ୍ଷମ ହେବା ଦ୍ବାରା କେରଳକୁ ବିଶ୍ଵ ସାମୁଦ୍ରିକ ମାନଚିତ୍ରରେ ପ୍ରମୁଖ ସ୍ଥାନ ମିଳିବାର ଆଶା ରହିଛି। ଏହି ବନ୍ଦର ଭାରତର ଅନ୍ତର୍ଜାତୀୟ ବ୍ୟାପାର ଏବଂ ଜାହାଜ ଚଳାଚଳ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବାର ସମ୍ଭାବନା ରହିଛି। ଆଦାନୀ ଗ୍ରୁପ ପିପିପି ମୋଡରେ ଏହି ବନ୍ଦର ନିର୍ମାଣ କରିଛି। ଏଥିପାଇଁ ପ୍ରାୟ ୮୮୬୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories