www.samajalive.in
Monday, December 8, 2025
24.1 C
Bhubaneswar

ଅଲିଗଡ଼ ମୁସଲିମ୍‌ ବିଶ୍ବବିଦ୍ୟାଳୟ ୧୪ ଛାତ୍ରଙ୍କ ନାମରେ ଦେଶଦ୍ରୋହ ଅଭିଯୋଗ

ନୂଆଦିଲ୍ଲୀ : ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ୧୪ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଦାୟର କରାଯାଇଛି। ସେମାନେ ମଙ୍ଗଳବାର ସନ୍ଧ୍ୟାରେ ଏକ ଖବର ସରବରାହ ସଂସ୍ଥା (ରିପବ୍ଲିକ୍‌ ଟିଭି-ନ୍ୟୁଜ୍‌ ଚାନେଲ) ପ୍ରତିନିଧିଙ୍କ ସହିତ ଝଗଡ଼ା କରିବା ଘଟଣାକ୍ରମେ ଥାନାରେ ଅଭିଯୋଗ ହୋଇଛି। ଝଗଡ଼ାବେଳେ ସେମାନେ ‘ପାକିସ୍ତାନ ଜିନ୍ଦାବାଦ, ଭାରତ ମୁର୍ଦ୍ଦାବାଦ’ ସ୍ଲୋଗାନ୍‌ ଦେଇଥିବା ଅଭିଯୋଗରୁ ପ୍ରକାଶ। ସେମାନଙ୍କ ଆକ୍ରମଣର ଶିକାର ହୋଇଥିବା ବିଜେପି ଯୁବ ମୋର୍ଚ୍ଚା ଜିଲା ସଭାପତି ନେତା ମୁକେଶ ଲୋଧି ତଥା ରିପବ୍ଲିକ ଟିଭି ସାମ୍ବାଦିକଙ୍କ ଅଭିଯୋଗକ୍ରମେ ପୁଲିସ ଏହି ଅଭିଯୋଗ ଗ୍ରହଣ କରିଛି। ଅଲିଗଡ଼ ଏସ୍‌.ପି ଆକାଶ କୁଲାରୀଙ୍କ କହିବାନୁଯାୟୀ, ଥାନାଧିକାରୀ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରି ନାହାନ୍ତି। ଜଣେ ବ୍ୟକ୍ତିଙ୍କ ଏଭଳି ଅଭିଯୋଗ ଉପରେ ପୁଲିସ ତଦନ୍ତ ଚଳାଇଛି। ଅଭିଯୋଗ ପ୍ରମାଣିତ ହେଲେ ଆବଶ୍ୟକ ଦଫା ଲଗାଯିବ; ନଚେତ୍‌ ଏହାକୁ ଖାରଜ କରିଦିଆଯିବ। ଏହି ଘଟଣା ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଇମ୍ରାନ ଖାଁ, ଅଦୁଲ ମାବୁଦ, ଫରହାନ୍‌ ଜୁବାଇରି, ଅଦିଲ ଖାଁ ଓ ମନୀଷ କୁମାରଙ୍କୁ ନିଲମ୍ବନ କରାଯାଇଛି।
ଅଭିଯୋଗକାରୀ ଲୋଧିଙ୍କ କହିବାନୁଯାୟୀ, ବିଶ୍ବବିଦ୍ୟାଳୟ ପରିସରରେ ଦୁଇ ସମ୍ପ୍ରଦାୟର ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ହେଉଥିବା ସମୟରେ ସେ ସେହି ବାଟ ଦେଇ କାର୍‌ରେ ଯାଉଥିଲେ। କିଛି ଛାତ୍ର ତାଙ୍କ କାର୍‌ ଉପରକୁ ଆକ୍ରମଣ କରିଥିଲେ। ବିଶ୍ବବିଦ୍ୟାଳୟ ଛାତ୍ର ସଙ୍ଘର ପୂର୍ବତନ ନେତା ନଦିମ ଅନସାରୀ ଏଥିରେ ସମ୍ପୃକ୍ତ ଥିବା ଲୋଧି ଦର୍ଶାଇଛନ୍ତି। ଅପରପକ୍ଷରେ ବିଶ୍ବବିଦ୍ୟାଳୟର ଶେଷ ବର୍ଷ ଛାତ୍ର ସର୍ଜିଲ ଉସ୍‌ମାନି ଲୋଧିଙ୍କ ବିରୋଧରେ ପାଲଟା ଅଭିଯୋଗ ଦାୟର କରିଛନ୍ତି। ସେ ବିଶ୍ବବିଦ୍ୟାଳୟ ପରିସରରେ ଶାନ୍ତି ଭଙ୍ଗକରିବା ଓ ଛାତ୍ରଙ୍କୁ ଅଯଥାରେ ଉସୁକାଉଥିବା ଅଭିଯୋଗ କରିଛନ୍ତି ସର୍ଜିଲ। ଲୋଧି ବିଶ୍ବବିଦ୍ୟାଳୟ ପରିସରରେ କିଛି ଚିତ୍ରୋତ୍ତଳନ କରୁଥିଲା​‌େ​‌ବଳେ ଏଥିପାଇଁ ସେ ଅନୁମତି ପ୍ରାପ୍ତ କି ନୁହେଁ ବୋଲି କିଛି ଛାତ୍ର ତାଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ସେ ‘ଆମକୁ ଆତଙ୍କବାଦୀଙ୍କ ଅନୁମତି ଲୋଡ଼ା ନାହିଁ’ ବୋଲି କହିଥିଲେ। ଏଥିରୁ ସାମାନ୍ୟ ବଚସା ହୋଇଥିଲା। ଲୋଧିଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଅବାସ୍ତବ; କାରଣ ବିଶ୍ବବିଦ୍ୟାଳୟ ପରିସରରେ କେବେ ଦୁଇ ସମ୍ପ୍ରଦାୟର ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇ ନାହିଁ ବୋଲି ସର୍ଜିଲ କହିଛନ୍ତି। ବିଶ୍ବବିଦ୍ୟାଳୟ ଛାତ୍ରସଂସଦ ସଦସ୍ୟ ନିଶାନ୍ତ ଭରଦ୍ବାଜ ଶିକ୍ଷାନୁଷ୍ଠାନ ପରିସରରେ ଯଦି ସମ୍ପ୍ରଦାୟିକ ସଂଘର୍ଷ ହେଉଥାଆନ୍ତା; ତେବେ ଜଣେ ହିନ୍ଦୁ କିଭଳି ଛାତ୍ରସଂସଦ ନେତା ହୋଇଥାଆନ୍ତା ବୋଲି ପ୍ରଶ୍ନ କରିଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories