www.samajalive.in
Friday, December 5, 2025
27.1 C
Bhubaneswar

ସାଂସଦଙ୍କୁ ହ୍ବାଟ୍ସଆପ୍ ମନା

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନ ସହ ସୋସିଆଲି ମିଡିଆ ବା ସାମାଜିକ ଗଣମାଧ୍ୟମ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମନୋରଞ୍ଜନଠାରୁ ଆରମ୍ଭ କରି ଦେଶ, ଦୁନିଆର ଟିକିନିଖି ଖବର ଜାଣିବା ଏବଂ ସାମାଜିକ ସମ୍ପର୍କ ଦୃଢ଼ କରିବା, ଏ ସବୁଥିରେ ଫେସବୁକ, ହ୍ବାଟ୍ସଆପ୍, ଟୁଇଟର, ଇନଷ୍ଟାଗ୍ରାମ୍‌ ଭଳି ସୋସିଆଲ ମିଡିଆର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ବହୁ ସମୟରେ ଗୁଜବ ବାର୍ତ୍ତା ପ୍ରସାର ଏବଂ ସାଇବର ଅପରାଧ ଦ୍ବାରା ଏହାର ଅପବ୍ୟବହାର କରାଯାଉଛି, ଯାହାଦ୍ବାରା ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ନିକଟ ଅତୀତରେ ପିଲାଚୋରି ଗୁଜବକୁ ନେଇ କେତେଜଣଙ୍କ ଜୀବନ ଯିବା ଏବଂ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଏହାର ଗୋଟିଏ ଗୋଟିଏ ଉଦାହରଣ। ତେଣୁ ବ୍ୟବହାରକାରୀମାନଙ୍କ ଲାଗି ଏହି ପ୍ଲାଟଫର୍ମକୁ ସୁରକ୍ଷିତ କରିବାକୁ ହ୍ବାଟ୍ସଆପ୍ ଗୁରୁତ୍ବ ଦେଇଛି। ଏହି କ୍ରମରେ ଜଣେ ରାଜ୍ୟ ସଭା ସାଂସଦଙ୍କୁ ହ୍ବାଟ୍ସଆପ୍ କର୍ତ୍ତୃପକ୍ଷ ଏହି ସୋସିଆଲ ମିଡିଆ ବ୍ୟବହାରରୁ ବ୍ୟାନ୍ କରିଛନ୍ତି। ସାଂସଦ ଜଣକ ତେଲୁଗୁ ଦେଶମ୍ ପାର୍ଟି(ଟିଡିପି)ର ସି. ଏମ୍. ରମେଶ ବୋଲି ଜଣାପଡ଼ିଛି। ତେବେ ସେ ହ୍ବାଟ୍ସଆପ୍‌ର କୌଣସି ଅପବ୍ୟବହାର କିମ୍ବା ସର୍ତ୍ତାବଳୀର ଉଲ୍ଲଂଘନ କରିନାହାନ୍ତି ବୋଲି ସାଂସଦ ଜଣକ କହିଛନ୍ତି।
ଯେଉଁଠି ଜଣେ ସାଂସଦଙ୍କୁ ହ୍ବାଟ୍ସଆପ୍ ବ୍ୟବହାର କରିବାକୁ ବାରଣ କରାଯାଇପାରୁଛି, ସେଠାରେ ଆପଣ ମଧ୍ୟ ଏଭଳି ପରିସ୍ଥିତିର ସାମ୍ନା କରିବା ସମ୍ଭାବନା ରହିଛି। କାରଣ ଗତ ୩ମାସ ମଧ୍ୟରେ ହ୍ବାଟ୍ସଆପ୍ର ସର୍ତ୍ତାବଳୀ ଉଲ୍ଲଂଘନ କରିଥିବା ୫୦ ଲକ୍ଷରୁ ଊର୍ଦ୍ଧ୍ଵ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ଏହି ପ୍ଲାଟଫର୍ମରୁ ବ୍ୟାନ୍ କରାଯାଇଛି। ତେଣୁ ଏଥିରୁ ବର୍ତ୍ତିବା ଲାଗି କ’ଣ ନ କରିବା ଉଚିତ ଏବଂ ଜଣେ ବ୍ୟବହାରକାରୀଙ୍କୁ କେଉଁ କାରଣ ପାଇଁ ବ୍ୟାନ୍ କରାଯାଏ ସେ ବିଷୟରେ ଆସନ୍ତୁ ଜାଣିବା:-
୧- ହ୍ବାଟ୍ସଆପର ସର୍ତ୍ତାବଳୀ ପାଳନ କରିବା ଦରକାର। ଏହାର ଉଲ୍ଲଂଘନ କଲେ ଆପଣଙ୍କୁ ହ୍ବାଟ୍ସଆପ୍ ବ୍ୟବହାର ପାଇଁ ନିଷେଧ କରାଯାଇପାରିବ।
୨- କୌଣସି ବ୍ୟକ୍ତିଙ୍କୁ ବେଆଇନ, ଅଶ୍ଳୀଳ, ମାନହାନିକର ଏବଂ ଧମକପୂର୍ଣ୍ଣ ବାର୍ତ୍ତା ପ୍ରେରଣ କରିବା ଅନୁଚିତ।
୩- ହିଂସାତ୍ମକ ଅପରାଧ ସୃଷ୍ଟି କଲା ଭଳି ବାର୍ତ୍ତା ପ୍ରସାର ନ କରିବା ଉଚିତ।
୪- ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମରେ ଜାଲ୍ ହ୍ବାଟ୍ସଆପ୍ ଆକାଉଣ୍ଟ ନ ଖୋଲିବା।
୫- କଣ୍ଟାକ୍ଟ ଲିଷ୍ଟରେ ନ ଥିବା ବ୍ୟକ୍ତିଙ୍କୁ ମାତ୍ରାଧିକ ମେସେଜ ନ ପଠାଇବା।
୬- ହ୍ବାଟ୍ସଆପର କୋର୍‌ ଆପ୍ କୋଡକୁ ବଦଳାଇବା କିମ୍ବା ଆଶିଂକ ପରିବର୍ତ୍ତନ କଲେ ଆପଣଙ୍କୁ କର୍ତ୍ତୃପକ୍ଷ ବ୍ୟାନ୍ କରିପାରନ୍ତି।
୭- ଆପ୍ଲିକେଶନ ଜରିଆରେ ଅନ୍ୟ ବ୍ୟବହାରକାରୀଙ୍କୁ ଭାଇରସ୍ କିମ୍ବା ମାଲ୍ୱେର ପଠାଇବା ଅନୁଚିତ।
୮- ହ୍ବାଟ୍ସଆପ୍ ସର୍ଭରକୁ ହ୍ୟାକ୍ କରିବାକୁ ଉଦ୍ୟମ ନ କରିବା କିମ୍ବା କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ଗୁପ୍ତଚରଗିରି ନ କରିବା।
୯- ଯଦି ଅଧିକ ସଂଖ୍ୟକ ବ୍ୟବହାରକାରୀ ଆପଣଙ୍କୁ ହ୍ବାଟ୍ସଆପରେ ବ୍ଲକ କରିଦିଅନ୍ତି ତେବେ ଆପଣ ବ୍ୟାନ୍ ହୋଇଯିବେ।
୧୦- ବହୁ ସଂଖ୍ୟକ ବ୍ୟବହାରକାରୀ ଆପଣଙ୍କ ବିରୋଧରେ ରିପୋର୍ଟ କଲେ ଆପଣଙ୍କୁ ବ୍ୟାନ କରିଦିଆଯିବ।
୧୧- ହ୍ବାଟ୍ସଆପ୍ ପ୍ଲସ ଭଳି ଅନ୍ୟ ତୃତୀୟ ପକ୍ଷ ଆପ୍ଲିକେଶନ ବ୍ୟବହାର କଲେ ମଧ୍ୟ ହ୍ବାଟ୍ସଆପ୍ ଜଣେ ବ୍ୟବହାରକାରୀଙ୍କୁ ବ୍ୟାନ କରିପାରିବ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories