www.samajalive.in
Sunday, December 14, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ: ପ୍ରବାସୀ ଭାରତୀୟଙ୍କ ଗଳା କାଟିବାକୁ ଇଙ୍ଗିତ କଲେ ପାକିସ୍ତାନୀ ସେନା ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର ଦୁଃସାହସ କିଛି କମ ନୁହେଁ। ଗୋଟିଏ ପଟେ ଆତଙ୍କୀଙ୍କୁ ଲଗାଇ ଭାରତୀୟଙ୍କୁ ହତ୍ୟା କରୁଥିବାବେଳେ ଏହାର ପ୍ରତିବାଦ କରୁଥିବା ଲୋକଙ୍କ ଗଳା କାଟିବାକୁ ସର୍ବସମ୍ମୁଖରେ ଦେଉଛି ଧମକ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଲଣ୍ଡନରେ। ପାକିସ୍ତାନର ଜଣେ ବରିଷ୍ଠ ସେନା ଅଧିକାରୀ ପ୍ରବାସୀ ଭାରତୀୟଙ୍କ ଗଳା କାଟିବାକୁ ସର୍ବସମ୍ମୁଖରେ ଇଙ୍ଗିତ କରିଛନ୍ତି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ପହଲଗାଓଁ ଆତଙ୍କୀ ଆକ୍ରମଣ ଘଟଣାର ପ୍ରତିବାଦ କରି ପ୍ରବାସୀ ଭାରତୀୟମାନେ ଲଣ୍ଡନସ୍ଥିତ ପାକ୍ ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ଚାଲିଥିଲା। ଏହି ସମୟରେ ଦୂତାବାସ ବାହାରକୁ କିଛି ପାକିସ୍ତାନୀ ଅଧିକାରୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ପାକ୍‌ ସ୍ଥଳସେନା ଏବଂ ବାୟୁସେନା ଉପଦେଷ୍ଟା ତଇମୁର ରାହତ ବିକ୍ଷୋଭକାରୀଙ୍କୁ ଗଳା କାଟିବାର ଇଙ୍ଗିତ କରିଥିଲେ। ଯାହା ଏକ ଭିଡିଓରେ କଏଦ ହୋଇଛି।

- Advertisement -

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories