www.samajalive.in
Saturday, December 13, 2025
26.1 C
Bhubaneswar

ଲିଫ୍ଟରେ ଚାପିହୋଇ ରୋଗୀ ମୃତ

ଭଦ୍ରକ: ଲିଫ୍ଟରେ ଚାପିହୋଇ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ। ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ ନରସିଂହପୁର ଗ୍ରାମର ମୀନତି ପରିଡା। ଶ୍ୱାସ ଓ ଥାଇରଏଡ଼ ସମସ୍ୟା ଥିବାରୁ ଗୁରୁବାର ସେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆସିଥିଲେ। ବହିର୍ବିଭାଗରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରାଇଥିଲେ। ତାଙ୍କୁ ମହିଳା ମେଡିସିନ ୱାର୍ଡକୁ ଷ୍ଟ୍ରେଚର ଯୋଗେ ଲିଫ୍ଟରେ ନିଆ ଯାଉଥିବାବେଳେ ହଠାତ ଲିଫ୍ଟ ଡୋରରେ ମହିଳା ଜଣକ ଚାପି ହୋଇଯାଇଥିଲେ। ସୌଭାଗ୍ୟବଶତଃ ତାଙ୍କ ପିଲା ଦୁଇ ଜଣ ଦୌଡ଼ି ପଳାଇ ଆସିଥିଲେ। ତେବେ ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପଟେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରକାରୀ ସହାୟତା ଦିଆଯିବ ବୋଲି କହିଛନ୍ତି। ସେହିପରି ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ସାହାଯ୍ୟରେ ମୃତଦେହକୁ ବାହାର କରିଛନ୍ତି। ଘଟଣା ସ୍ଥଳରେ ଉପଜିଲାପାଳ, ତହସିଲଦାରଙ୍କ ସହ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories