www.samajalive.in
Saturday, December 6, 2025
16.1 C
Bhubaneswar

ଟୋପାଏ ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ବିଶିପ୍ରାସ୍କା ଗ୍ରାମବାସୀ ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି। ଗାଁର ପାନୀୟ ଜଳର ସମସ୍ୟା କହିଲେ ନସରେ। ଗୋଟିଏ କିଲୋମିଟର ଦୂରରେ ଥିବା ତୋଟା ନାଳରେ ଚୁଆ ଖୋଳି ପାଣି ସଂଗ୍ରହ କରି ଆଣି ଘରେ ରୋଷେଇ ଓ ପାନୀୟ ଜଳ ବ୍ୟବହାର କରିଥାନ୍ତି। ଉକ୍ତ ନାଳରେ ଗାଈଗୋରୁ ସହିତ ଗ୍ରାମର ମହିଳା ପୁରୁଷମାନେ ଗାଧୁଆ ଠାରୁ ଆରମ୍ଭ କରି ଲୁଗାପଟା ସଫା କରିଥାନ୍ତି। ଗ୍ରାମବାସୀ ବାଧ୍ୟ ହୋଇ ଏହି ନାଳ ପାଣିର ପାନୀୟ ଜଳ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ଯାହା ଫଳରେ ଏହି ପାନୀୟ ଜଳ ବ୍ୟବହାର କରିବା ଦ୍ୱାରା କୁଣ୍ଡିଆ, ମ୍ୟାଲେରିଆ ଓ ଅନେକ ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଦେଖନ୍ତୁ ଭିଡିଓ ; ଅଧ୍ୟାପିକାଙ୍କୁ ଚପଲରେ ପିଟିଲେ ଛାତ୍ରୀ

- Advertisement -

ଉକ୍ତ ଗ୍ରାମରେ ୨୦ ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ୧୦୦ରୁ ଉର୍ଦ୍ଧ୍ବ ବସବାସ କରୁଛନ୍ତି। ଏହି ଗାଁରେ ଗୋଟିଏ ନଳକୂପ ମଧ୍ୟ ରହିଛି କିନ୍ତୁ ପାଣି ବ୍ୟବହାର ପାଇଁ ସମ୍ଭବ ନୁହେଁ। ସେଥିରୁ ଲୁହା ପଥର ଗୁଣ୍ଡ ସହ ନାଲି ରଙ୍ଗର ପରି ଦିଶୁଥିବା ପାଣି ବାହାରୁଥିବାରୁ ପିଇବା ମୁଷ୍କିଲ ହୋଇ ପଡ଼ୁଛି। ଖରା ଦିନ ପୂର୍ବରୁ ପ୍ରତ୍ୟେକ ନଳକୂପ ମରାମତି କରିବା ପାଇଁ ସରକାର ପକ୍ଷରୁ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ଏହି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ କୌଣସି ପାନୀୟ ଜଳର ସମସ୍ୟା ଦୂର ହୋଇ ପାରୁନି। ଏହାକୁ ନେଇ ଗାଁ ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ, ବ୍ଲକ ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ବାରମ୍ଵାର ଅଭିଯୋଗ କରିବା ପରେ ମଧ୍ୟ ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର ହୋଇପାରୁନାହିଁ। ଏହି ଗାଁର ପାନୀୟ ଜଳର ସମସ୍ୟା ଦୂର ନ ହେଲେ ରାଜରାସ୍ତାକୁ ଓହ୍ଲାଇବା  ପାଇଁ ବାଧ୍ୟହେବୁ ବୋଲି ଗ୍ରାମର ଫୁଳକ କାଡ୍ରାକା, ଜୟନ୍ତୀ କାଡ୍ରାକା, ଲକ୍ଷ୍ମୀ ମିଣିଆକା ,କମଳା ହୋବିକା, ବିଭିନା କାଡ୍ରାକା, ଦାନା ମିଣିଆକା, ଚାଚେରୀ ପବିକା, ଭୀମ କାଡ୍ରାକା, ସିନ୍ଦୁରୂ କାଡ୍ରାକା, ସମେତ ମହିଳା ଏବଂ ପୁରୁଷ ଅଭିଯୋଗ କରିଛନ୍ତି।

ମେ’ରେ ଶକ୍ତିଶାଳୀ ଯୋଗ : ଏହି ରାଶି ପାଇବେ ସବୁକିଛି, ହେବେ ମାଲାମାଲ୍‌, ବଢିବ ଦରମା, ମିଳିବ ଚାକିରି..

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories