www.samajalive.in
Monday, December 8, 2025
17.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ ; ପାଣି ଭର୍ତ୍ତି ରାସ୍ତାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହେଉଥିଲା ଶିଶୁ, ଏମିତି ବଞ୍ଚିଲା ଜୀବନ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ଏକ ଛାତିଥରା ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓଟି ଦେଖିଲେ ଭୟଭୀତ ଲାଗିବା ଆଶ୍ଚର୍ଯ୍ୟ ହେବା ସାଧାରଣ କଥା । ଭିଡିଓଟି ଚେନ୍ନାଇର ବୋଲି ଜଣାପଡିଛି ।
ଏଠାରେ ଏକ ସ୍ଥାନରେ ବର୍ଷା କାରଣରୁ ପାଣି ଜମିଥିବା ରାସ୍ତାରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଶିଶୁ ଛଟପଟ ହେଉଥିବା ଦେଖାଯାଉଛି । ଶିଶୁର ଜୀବନ ରକ୍ଷା କରିବାକୁ ଜଣେ ଯୁବକ ନିଜ ଜୀବନକୁ ବାଜିରେ ଲଗାଇଥିବା ଦେଖିପାରିବେ। ଯୁବକଙ୍କ ସାହସର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଯୁବକଙ୍କ ସାହସକୁ ମଧ୍ୟ ପ୍ରଶଂସା କରିଛନ୍ତି।

ଅଜବ ରେସ୍ତୋରାଁ ; ଏଠାରେ ମିଳେ ହାତୀ ଗୋବରରେ ପ୍ରସ୍ତୁତ ମିଠା, ଆଶ୍ଚର୍ଯ୍ୟ କରିବ ଦାମ୍‌

- Advertisement -

ନିକଟରେ ଚେନ୍ନାଇରେ ପ୍ରବଳ ବର୍ଷା ପରେ ସହରର ଅନେକ ରାସ୍ତାରେ ପାଣି ଜମିଥିଲା । ଏଭଳି ହିଁ ପାଣିଜମିଥିବା ଏକ ସ୍ଥାନରୁ ଏହି ଛାତିଥରା ଘଟଣାର ଭିଡିଓ ଭାଇରାଲ୍‌ ହୋଇଥିଲା । ଶିଶୁଟି ରାସ୍ତାରେ ଯାଉଥିବା ସମୟରେ ପାଣି ଭର୍ତ୍ତି ରାସ୍ତାରେ ଖସି ପଡି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲା । ଲୋକେ ଦୂରରୁ ଚିତ୍କାର କରୁଥିଲେ ମାତ୍ର କେହି ନିକଟକୁ ଯିବାକୁ ସାହସ କରୁନଥିଲେ ।

ଭାଙ୍ଗିଲା ସବୁ ରେକର୍ଡ ; ଲକ୍ଷେ ପାର୍‌ ସୁନା ଦାମ୍‌

ଯୁବକ ଜଣକ ତୁରନ୍ତ ପିଲାଟିର ଜୀବନ ରକ୍ଷା କରିବାକୁ ଦୌଡି ଯାଇଥିଲେ । ସେ ମଧ୍ୟ ବିଦ୍ୟୁତ୍‌ ଆଘାତ ପାଇଛନ୍ତି । ମାତ୍ର ଶିଶୁ ସହ ନିଜ ଜୀବନକୁ ମଧ୍ୟ ରକ୍ଷା କରିଛନ୍ତି । ସେଠାରେ ଅନ୍ୟ କିଛି ଲୋକେ ଏହି ଦୃଶ୍ୟକୁ ରେକର୍ଡ କରୁଥିଲେ । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ଯୋଗ: ମେ’ ମାସରେ ଚମକିବ ଏହି ୫ ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍‌, ବଢିବ ଦରମା, ବ୍ୟବସାୟ

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories