www.samajalive.in
Friday, December 5, 2025
27.1 C
Bhubaneswar

ବିନା ଫଳକରେ ଚାଲିଛି ଡ୍ରେନ ନିର୍ମାଣ, ଅନିୟମିତତା ଅଭିଯୋଗ

ଚାନ୍ଦିପୁଟ : ଗ୍ରାମାଞ୍ଚଳର ବିକାଶ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଅନେକ ସମୟରେ ବିଭାଗୀୟଙ୍କ ଖାମଖିଆଲି ମନୋଭାବ ତଥା କାମଚଳା ନୀତି ଯୋଗୁଁ ବାସ୍ତବରେ ଯୋଜନା ସଫଳ ରୁପାୟନ ହେଉନଥିବା ଦେଖିବାକୁ ମିଳୁଛି। ଏଭଳି କିଛି କାମ ଚାଲିଛି ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତର ୫ନଂ ୱାର୍ଡର ରାସ୍ତା ପାର୍ଶ୍ବରେ ନିର୍ମାଣ ହେଉଥିବା ଡ୍ରେନ କାମରେ। ୫ନଂ ୱାର୍ଡରେ ଥିବା ହାଟପଦା ନିକଟରେ ଅବସ୍ଥିତ ମେନ ରୋଡ ଠାରୁ ରାଣିଖମା ରୋଡକୁ ସଂଯୁକ୍ତ କରୁୁଥିବା ବାମପଟ ରାସ୍ତା ପାର୍ଶ୍ବରେ ପ୍ରାୟ ୨୦୦ ମିଟର ବିଶିଷ୍ଟ ଡ୍ରେନ ନିର୍ମାଣ ଚାଲିିଛି। ଏଠାରେ ନିର୍ମାଣ ହେଉଥିବା କାର୍ଯ୍ୟଶୈଳୀ ପୁରା ଅଲଗା ହୋଇଥିବାବେଳେ ଡ୍ରେନଟି ଅଙ୍କା ବଙ୍କା ସହ ଅଣଓସାରିଆ ଭାବେ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଉକ୍ତ କାମ ଚାଲିଥିବା ବେଳେ କୌଣସି ଯନ୍ତ୍ରୀ ଦେଖା ମିଳିନଥିବା ବେଳେ କୌଣସି ଅଧିକାରୀ ଉପସ୍ଥିତ ରହୁନଥିବା ଅଭିଯୋଗ ହେଉଛି। ଯାହା ଫଳରେ କାମ କରୁଥିବା ଲୋକେ ମନଇଚ୍ଛା କାମ କରିଚାଲିଛନ୍ତି। ଡ୍ରେନଟି ମଝିରେ ଖାଲୁଆ ହେଇଥିବାରୁ ପାଣି ନିସ୍କାସନ ଠିକ ଭାବରେ ହୋଇପାରିବ କି ନାହିଁ ତାହା ସନେ୍ଧହ ଘେରରେ। ନିର୍ମାଣ ହେଉଥିବା ଡ୍ରେନ ରୁ ଦୁଇପାର୍ଶରେ ସଠିକ ଅନୁପାତରେ ସିମେଣ୍ଟ, ବାଲି, ଗୋଡି ପକାଯାଇଥିବାରୁ ହାତରେ ଧରିଲେ ପଥର ବାହାରି ପଡୁଥିବା ଦେଖିବାକୁ ମିଳିଛି। କାମ ସରିବାକୁ ଅଧା ହୋଇସାରିଥିଲେ ମଧ୍ୟ ଏଯାଏଁ କୌଣସି ଫଳକ ଲଗାଯାଇନାହିଁ। ଯାହାଫଳରେ ନିର୍ମାଣ ହେଉଥିବା କାମଟି କେଉଁ ଯୋଜନାରେ କେତେ ଅଟକଳରେ ନିର୍ମିତ ହେଉଥିବା କାହାକୁ ଜଣାପଡୁନଥିବା ଅଭିଯୋଗ ହେଉଛି। ତେବେ ଚାଲିଥିବା ଉକ୍ତ କାମର ସମ୍ପର୍କରେ ଚାନ୍ଦିପୁଟ ସରପଞ୍ଚ ଯୁରୀଆ କାର୍ଯୀଙ୍କୁ ପଚାରିବାରୁ କାମଟି ପଞ୍ଚାୟତ ଫଣ୍ଡର ଏବଂ ନିର୍ମାଣ ଠିକ ଚାଲିଥିବା କହିଥିବା ବେଳେ ଚାନ୍ଦିପୁଟ ଜିପିଟିଏ ମମତା ସ୍ୱାଇଁଙ୍କୁ କାର୍ଯ୍ୟ ବିଷୟରେ ଏବଂ ଲଗାଯାଇନଥିବା ଫଳକ ବିଷୟରେ ପଚାରିବାରୁ ପଞ୍ଚାୟତର ୧୪ ସିଏଫସି ଫଣ୍ଡରୁ ନିର୍ମାଣଧିନ ପ୍ରାୟ ୧ ଲକ୍ଷରୁ ଅଧିକ ହେବ ବୋଲି କହିଥିଲେ , ଜଣେ ଲୋକ ଅନେକ କାମ ଦେଖିବାକୁ ପଡୁଥିବାରୁ କାମ କରିବା ସମୟରେ ରହୁନଥିବା ସ୍ୱିକାର କରିଛନ୍ତି। ଏବଂ ଯେହେତୁ କାମ ଚାଲିଛି ଫଳକ ଲଗାଯାଇନାହିଁ, କାମ ସରିବା ପରେ ଫଳକ ଲଗାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଏଭଳି ପଂଚାୟତର ଅନେକ କାମ ଚାଲିଥିବା ବେଳେ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବା ପାଇଁ ଦାବୀ ହୋଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories