www.samajalive.in
Friday, December 5, 2025
23.1 C
Bhubaneswar

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା: ସି.ବି.ଆଇ. ପୂର୍ବତନ ନିର୍ଦ୍ଦେଶକଙ୍କୁ ଦଣ୍ଡାଦେଶ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସି.ବି.ଆଇ.ର ପୂର୍ବତନ ଅସ୍ଥାୟୀ ନିର୍ଦ୍ଦେଶକ ଏମ୍‍. ନାଗେଶ୍ୱର ରାଓ ଓ ସି.ବି.ଆଇ ଓକିଲ ଏସ୍‍. ଭସୁରାମଙ୍କ ଉପରେ ଉପରେ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡ ଲାଗୁ କରିବା ସହ ଅଦାଲତ ନିର୍ଦ୍ଦେଶ ଅବମାନନା ଯୋଗୁଁ କୋର୍ଟ କାର୍ୟ୍ୟଧାରା ଶେଷ ହେଲା ପର୍ୟ୍ୟନ୍ତ ଅଦାଲତ ପ୍ରକୋଷ୍ଠ ଭିତରେ ବସିବା ପାଇଁ ଦଣ୍ଡାଦେଶ ଦେଇଛନ୍ତି। ବିହାର ମୁଜାଫରପୁର କନ୍ୟାଶ୍ରମ ଯୌନ ନିର୍ୟାତନା ମାମଲାର ତଦନ୍ତ କରୁଥିବା ସି.ବି.ଆଇ. ଯୁଗ୍ମ ନିର୍ଦ୍ଦେଶକ ଏ.କେ. ଶର୍ମାଙ୍କୁ ଜାଣିଶୁଣି ବଦଳି କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କୁ ଏହି ଦଣ୍ଡ ଦିଆଯାଇଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନାଗେଶ୍ୱରଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଆବେଦନକୁ ଖାରଜ କରି କହିଛନ୍ତି,’ଆମେ ତୁମକୁ ୩୦ ଦିନ ପର୍ୟ୍ୟନ୍ତ ଜେଲକୁ ପଠେଇ ଦେଇ ପାରିବୁ’ । ସୋମବାରଦିନ ନିସର୍ତ୍ତ କ୍ଷମା ପାର୍ଥନା କରି ନାଗେଶ୍ୱର ସ୍ୱପ୍ନରେ ସୁଦ୍ଧା କୋର୍ଟ ଆଦେଶ ଅବମାନନା କରିପାରିବୁ ନାହିଁ ବୋଲି କହିଥିଲେ ମଧ୍ୟ ତାହା ବିଚାରପତିଙ୍କୁ ସନ୍ତୁଷ୍ଟ କରିପାରିନଥିଲା ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories