www.samajalive.in
Saturday, December 6, 2025
26.1 C
Bhubaneswar

୯୫ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ: ସଦର ପୁଲିସ ଏକ ବୋଲେରୋ ପିକଅପ ସହ ୯୫ କିଲୋ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଆନ୍ତ ଜିଲ୍ଲା ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଗିରଫ ଜଣକ ନୟାଗଡ଼଼ ଜିଲ୍ଲା ଇଟାମାଟି ଅଞ୍ଚଳର ସୁନୀଲ କୁମାର ମଲ୍ଲିକ। ସୂଚନା ଅନୁସାରେ ଏକ ବୋଲେରୋ ପିକଅପରେ ଫିରିଙ୍ଗିଆ ଅଞ୍ଚଳରୁ ନୟାଗଡ଼଼ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଫୁଲବାଣୀ – ଫିରିଙ୍ଗିଆ ରାସ୍ତାର କସାକାଠି ଛକ ନିକଟରେ ଚଢ଼ାଉ କରାଯାଇଥିଲା। ପିକଅପରେ ନୟାଗଡ଼଼ ଅଞ୍ଚଳରୁ ବିଭିନ୍ନ ପ୍ରକାର ସାମଗ୍ରୀ ଫିରିଙ୍ଗିଆ ଅଞ୍ଚଳକୁ ଆଣିବା ବାହାନାରେ ଗଞ୍ଜେଇ ଚାଲାଣ କରାଯାଉଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories