ଫୁଲବାଣୀ: କନ୍ଧମାଳ ଜିଲାରେ ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କ ପଦୋନ୍ମତିରେ ଦୀର୍ଘଦିନ ଧରି କର୍ମଚାରୀଙ୍କ ଭବିଷ୍ୟତକୁ ନେଇ ଅବହେଳା କରାଯାଉଥିବାର ଅଭିଯୋଗ ହୋଇଛିି। ଓଡ଼ିଶା ରାଜ୍ୟ ସରକାରଙ୍କ ନୂତନ କ୍ୟାଡର ବ୍ୟବସ୍ଥା ପ୍ରକାଶିତ ହେବାର ପ୍ରାୟ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପଦୋନ୍ମତି ପାଇବାକୁ ଥିବା ପ୍ରାୟ ୫୨ ଜଣ କର୍ମଚାରୀଙ୍କୁ ପଦ୍ମନୋତି ମିଳିପାରିନାହିଁ। ଏନେଇ ସରକାର ନିର୍ଦ୍ଧଷ୍ଟ ସମୟସମୀା ମଧ୍ୟ ନିର୍ଦ୍ଧାରଣ କରିଥିଲେ। ଏନେଇ କନ୍ଧମାଳ ଜିଲା ପକ୍ଷରୁ ଡ଼ିପିସି କମିଟି ମଧ୍ୟ ବସିଥିଲା। ତେବେ ଡ଼ିପିସି କମିଟିରେ ଥିବା ସଭ୍ୟ ମାନଙ୍କ ମଧ୍ୟରେ ସମନ୍ୱୟ ଅଭାବ ସହିତ ଭିନ୍ନ ଭିନ୍ନ ମତ ଯୋଗୁଁଁ ଆଜି ପର୍ଯ୍ୟନ୍ତ ଉପରୋକ୍ତ କର୍ମଚାରୀ ମାନଙ୍କର ପଦୋନ୍ନତି ହୋଇ ପାରିନାହିଁ ବୋଲି ଅଭିଯୋଗ ହୋଇଛି। ସରକାରଙ୍କର ଗୋଟିଏ ନିୟମ ଥିବା ବେଳେ ଡ଼ିପିସି କମିଟିରେ ଥିବା ସଭ୍ୟ ମାନଙ୍କର ନଜେ ନିଜେ କିଛି ମଦ ପ୍ରଦାନ କରୁଥିବା ଯୋଗୁଁଁ ଏହି ସବୁ କର୍ମଚାରୀଙ୍କ ଭବିଷ୍ୟତ ଆଶା ଓ ଆଶଙ୍କାରେ ରହିଛି ବୋଲି ଅଭିଯୋଗ କରି ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ନିକଟକୁ ପ୍ରେରଣ କରାଯାଇଥିବାର ଜଣାଯାଇଛି।
Popular Categories



