www.samajalive.in
Tuesday, December 9, 2025
16.1 C
Bhubaneswar

ପୃଥକ ପୃଥକ ସଡକ ଦୁର୍ଘଟଣାରେ ୬ ବରଯାତ୍ରୀ, ୪ ଶ୍ରଦ୍ଧାଳୁ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ସୋମବାର ସାମ୍ନାକୁ ଆସିଛି। ବରଯାତ୍ରୀରେ ଯୋଗ ଦେଇ ଏକ କାର୍‌ରେ ଫେରୁଥିବା କିଛି ଯାତ୍ରୀ ନେବୁଆ ନୌରଙ୍ଗିଆ ଥାନା ଅର୍ନ୍ତଗତ ଭୁଜୋଲୀ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବରଯାତ୍ରୀମାନେ ଯାଉଥିବା ଏହି କାର୍‌ ଦ୍ରୁତ ଗତିରେ ଥିବା ସହ ଗଛ ସହ ଧକ୍କା ହୋଇଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସେହିପରି ରାଜସ୍ଥାନର ଚିତୌଗଡ ଜିଲାରେ ମଧ୍ୟ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦର୍ଶନ ପାଇଁ ଶ୍ରଦ୍ଧାଳୁ ଥିବା ଏକ କାର୍‌ ରାସ୍ତାର ଡିଭାଇଡରରେ ପିଟି ହୋଇ ଟ୍ରକ୍‌ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାର ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ବଡ ଝଟକା ; ପୁଣି ବଢିଲା ସୁନା ଦାମ୍‌, ଜାଣନ୍ତୁ କେତେ

- Advertisement -

ଦେଖନ୍ତୁ ଭିଡିଓ ; ନଦୀ ମଝିରେ ସେଲ୍‌ଫି ନେଉଥିଲେ ଯୁବକ, ଆଉ ତା’ପରେ..

ବୃହସ୍ପତି ଚଳନ : ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ବିବାହ, କାହାର ରହିବନି ଚିନ୍ତା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories