www.samajalive.in
Monday, December 8, 2025
27.1 C
Bhubaneswar

ମନୋହର ପାରିକରଙ୍କ ପୁଅ ନାମରେ ନୋଟିସ

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଅଭିଜାତଙ୍କ ନାମରେ ନୋଟିସ ଜାରି ହୋଇଛି। ଅଭିଜାତ ଏକ ଇକୋ ରିସୋର୍ଟ ନିର୍ମାଣ କରୁଛନ୍ତି। ଏଥିପାଇଁ ଜଙ୍ଗଲ ଓ ପରିବେଶ ଆଇନ୍‍ର ଉଲ୍ଲଂଘନ କରି ବିପୁଳ ପରିମାଣରେ ଗଛ କଟାଯାଇଛି। ତେଣୁ ନିର୍ମାଣ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ନେତ୍ରାଭାଲି ପଞ୍ଚାୟତର ସହପରପଞ୍ଚ ଅଭିଜିତ ଦେଶାଈ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆବେଦନର ବିଚାର କରି ବମ୍ବେ ହାଇକୋର୍ଟଙ୍କ ପାଣାଜି ଖଣ୍ଡପୀଠ ଅଭିଜାତଙ୍କ ନାମରେ ନୋଟିସ ଜାରି କରିଛନ୍ତି। ଏଥିରେ ଗୋଆ ମୁଖ୍ୟ ଶାସନ ସଚିବ, ପରିବେଶ ସଚିବ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆସନ୍ତା ୧୧ ତାରିଖ ସୁଦ୍ଧାର ନୋଟିସର ଉତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି। ଏହି ଘଟଣା ପରେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି।

Hot this week

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

Related Articles

Popular Categories