www.samajalive.in
Friday, December 5, 2025
23.1 C
Bhubaneswar

ବୋତ୍‌ସ୍ବାନାରୁ ୮ ଚିତା ଆଣିବ ଭାରତ

ଭୋପାଳ : ଆଗାମୀ ଦିନରେ ଭାରତ ଆଫ୍ରିକୀୟ ରାଷ୍ଟ୍ର ବୋତ୍‌ସ୍ବାନାରୁ ଆଉ ୮ଟି ଚିତା ଆଣିବ ବୋଲି ଜଣାପଡିଛି। ଏଥିମଧ୍ୟରେ ଆସନ୍ତା ମେ’ରେ ପ୍ରଥମ ପର୍ଯ୍ୟାୟରେ ୪ଟି ଚିତା ଭାରତରେ ପହଞ୍ଚିବେ ବୋଲି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶୁକ୍ରବାର ମଧ୍ୟପ୍ରଦେଶର ଭୋପାଳ ଠାରେ ଅନୁଷ୍ଠିତ ଚିତା ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଏପରିକି କେନିୟାରୁ ମଧ୍ୟ ଚିତା ଆଣିବାକୁ ସରକାର ଯୋଜନା କରୁଥିବା ଜଣାପଡିଛି। ଚିତା ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ୧୧୨ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଏଥିମଧ୍ୟରୁ ମଧ୍ୟପ୍ରଦେଶରେ ଚିତା ପୁନଃ ଥଇଥାନ ବାବଦରେ ୬୭ ପ୍ରତିଶତ ଖର୍ଚ୍ଚ ହୋଇଥିବା କୁହାଯାଇଛିି। ସୂଚନାଯୋଗ୍ୟ ଭାରତରେ ଚିିତା ବଂଶର ପୁନରୁଦ୍ଧାର ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶକ୍ରମେ ୨୦୨୨ ସେପ୍ଟେମ୍ବର ପ୍ରଥମ ଦଫାରେ ଆଫ୍ରିକୀୟ ରାଷ୍ଟ୍ର ନାମ୍ବିଆରୁ ୮ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ (୨୦୨୩ ଫେବୃଆରୀ) ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା। ସେମାନଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଛଡାଯାଇଥିଲା। ବର୍ତ୍ତମାନ କୁନୋ ପାର୍କରେ ୨୬ଟି ଚିତା ରହିଛନ୍ତି। ଏମାନଙ୍କ ମଧ୍ୟରୁ ୧୬ଟି ଚିତାକୁ ଜଙ୍ଗଲରେ ଛଡାଯାଇଥିବାବେଳେ ଅବଶିଷ୍ଟ ୧୦ଟି ଚିତା ଏନ୍‌କ୍ଲୋଜର (ଖୁଆଡ) ମଧ୍ୟରେ ରହିଛନ୍ତି। ଚିତାଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ପ୍ରତ୍ୟେକଙ୍କ ବେକରେ କଲାର ଆଇଡି ଲଗାଯାଇଛି। ଇତିମଧ୍ୟରେ କୁନୋ ପାର୍କରେ ୮ ଚିତାର ମୃତ୍ୟୁ ଘଟିଥିବାବେଳେ ୧୪ ଚିତା ଶାବକ ଜନ୍ମଗ୍ରହଣ କରିସାରିଛନ୍ତି। ବିଗତ ଦୁଇବର୍ଷ ମଧ୍ୟରେ ଚିତା ଦେଖିବାକୁ କୁନୋ ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଥିବା ଜଣାପଡିଛି। କୁନୋରେ ଚିତା ସଫାରି ଆରମ୍ଭ କରିବାକୁ ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଛନ୍ତି। ପୁନଶ୍ଚ କୁନୋ ପାର୍କରେ ସ୍ଥାନାଭାବ ଯୋଗୁଁ କେତେକ ଚିତାକୁ ରାଜସ୍ଥାନ ସୀମାନ୍ତବର୍ତ୍ତୀ ଗାନ୍ଧୀ ସାଗର ଅଭୟାରଣ୍ୟକୁ ସ୍ଥାନାନ୍ତର ଯୋଜନା କରାଯାଉଛି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories