www.samajalive.in
Friday, December 5, 2025
26.1 C
Bhubaneswar

ବିଶ୍ଵର ଶ୍ରେଷ୍ଠ ଡାକ୍ତରଖାନା ତାଲିକା: ୯୭ତମ ସ୍ଥାନରେ ଦିଲ୍ଲୀ ଏମ୍‌ସ

ନ୍ୟୁୟର୍କ : ଆମେରିକାର ସାପ୍ତାହିକ ପତ୍ରିକା ନ୍ୟୁଜ୍‌ୱିକ୍‌ ଏବଂ ଷ୍ଟାଟିଷ୍ଟା ପକ୍ଷରୁ ବିଶ୍ବର ୧୦୦ ଶ୍ରେଷ୍ଠ ଡାକ୍ତରଖାନାର ତାଲିକା ଜାରି କରାଯାଇଛି। ଏଥିରେ ଦିଲ୍ଲୀସ୍ଥିତ ଏମ୍‌ସ ୯୭ତମ ସ୍ଥାନରେ ଥିବାବେଳେ ଭାରତର ଅନ୍ୟ ଦୁଇଟି ଡାକ୍ତରଖାନା ମେଦାନ୍ତ (ଗୁରୁଗ୍ରାମ) ଓ ପିଜିଆଇଏମଇଆର (ଚଣ୍ଡିଗଡ) ଯଥାକ୍ରମେ ୧୪୬ ଏବଂ ୨୨୮ତମ ସ୍ଥାନ ଅଧିକାର କରିଥିବା ଜଣାପଡିଛି। ଉନ୍ନତ ମାନର ସ୍ବାସ୍ଥ୍ୟସେବା, ଅତ୍ୟାଧୁନିକ ଡାକ୍ତରୀ ଚିକିତ୍ସା ଓ ଗବେଷଣା, ରୋଗୀସେବାର ସଫଳତା, ସ୍ବାସ୍ଥ୍ୟପଯୋଗୀ ବାତାବରଣ ଏବଂ ଅଭିଜ୍ଞ ଡାକ୍ତରୀ ଦଳ ଭଳି ପ୍ରସଙ୍ଗକୁ ଆଧାର କରି ଦିଲ୍ଲୀ ଏମ୍‌ସ ଦେଶର ସର୍ବଶ୍ରେଷ୍ଠ ଡାକ୍ତରଖାନାଭାବେ ମାନ୍ୟତାଲାଭ କରିଥିବା କୁହାଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତର ଏହି ତିନିଟି ଡାକ୍ତରଖାନା ବିଶେଷ ସଫଳତା ଅର୍ଜନ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଆମେରିକାର ରୋଚେଷ୍ଟରସ୍ଥିତ ମାୟୋ କ୍ଲିନିକ୍‌ ବିଶ୍ବର ସବଠାରୁ ଶ୍ରେଷ୍ଠ ଡାକ୍ତରଖାନା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୩୦ଟି ରାଷ୍ଟ୍ରର ୨୪୦୦ ଡାକ୍ତରଖାନାରେ ଚାଲିଥିବା ସ୍ବାସ୍ଥ୍ୟସେବାକୁ ଆଧାର କରି ଉକ୍ତ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories