www.samajalive.in
Monday, December 8, 2025
24.1 C
Bhubaneswar

୪ ଲେନ୍‌ ହେବ ଦ୍ୱାରଶୁଣି ଘାଟି ରାସ୍ତା : ଆଜି ଘୋଷଣା କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ବାଙ୍ଗିରିପୋଷି : ଆଜି ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ।  ରାଜ୍ୟର ପରିବହନ ବ୍ୟବସ୍ଥାକୁ ସୁଗମ ପାଇଁ ନୂଆ ରାସ୍ତା ଓ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭୁବନେଶ୍ୱର ଠାରେ ହେବାକୁ ଥିବା ବିରାଟ ସଭାରୁ ସେ ୪ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମୋଟ ୧୫୪ କିମି ଦୀର୍ଘ ୧୯ ଟି ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ ଓ ଘୋଷଣା କରିବେ। ତେବେ ଉକ୍ତ ଘୋଷଣାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅନ୍ତର୍ଗତ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟି(ଦ୍ୱାରଶୁଣି ଘାଟି) ର ଦୀର୍ଘ ୧୦ କିମି ରାସ୍ତା ମଧ୍ୟ ସାମିଲ ରହିଛି। ୪ ଲେନ୍ ବିଶିଷ୍ଟ ହେବାକୁ ଥିବା ଏହି ରାସ୍ତାର ପ୍ରାଥମିକ ବ୍ୟୟ ଅଟକଳ ମୂଲ୍ୟ ୧୩୫ କୋଟି ଟଙ୍କା ରହିଛି। ତେବେ ଦୀର୍ଘ ଦିନ ଧରି ଦାବି ହେଉଥିବା ଏହି ରାଜରାସ୍ତା ପ୍ରକଳ୍ପର ଶୁଭାରମ୍ଭ କୁ ନେଇ ବାଙ୍ଗିରିପୋଷି ଅଞ୍ଚଳରେ ଖୁସି ର ମହୋଲ ଛାଇ ଯାଇଛି। ନିକଟ ଅତୀତରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ପ୍ରତ୍ୟକ୍ଷ ଭାବେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଙ୍କୁ ସାକ୍ଷାତ କରି ଘାଟି ରାସ୍ତାର ସମ୍ପ୍ରସାରଣ ନେଇ ଆଲୋଚନା କରିବା ସହ ଦାବୀପତ୍ର ମଧ୍ୟ ଦେଇଥିଲେ। ଅନ୍ୟପକ୍ଷରେ ଲୋକସଭା ସାଂସଦ ନବ ଚରଣ ମାଝୀ ଓ ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ଦିଲ୍ଲୀ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ଗଡ଼କରୀ ଙ୍କୁ ଭେଟି ବାଙ୍ଗିରିପୋଷି ଘାଟି ରାସ୍ତାର ଉନ୍ନତିକରଣ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ଭଞ୍ଜସେନା ପରି ବିଭିନ୍ନ ସଂଗଠନ ତରଫରୁ ମଧ୍ୟ ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ଦାବି ହୋଇ ଆସୁଥିଲା।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories