www.samajalive.in
Sunday, December 14, 2025
26.1 C
Bhubaneswar

ଗୋଳନ୍ଥରା ଚଟି ଛକରେ ଅଟୋକୁ ଧକ୍କା ଦେଲା ବାଇକ, ଚାଳକ ମୃତ 

ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ ଗୋଳନ୍ଥରା ଚଟି ୧୬ ନଂ ଜାତୀୟ ରାଜପଥରେ ଏକ ବାଇକ ଅଟୋକୁ ଧକ୍କା ଦେବା ଫଳରେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ଜଣଙ୍କ ଗୋପାଳପୁର ଥାନା ଅନ୍ତର୍ଗତ ମୋନାର୍କ ଛକ ଅଞ୍ଚଳର ଲିଙ୍କୁ ମାଝୀ(୨୬) ବୋଲି ପୋଲିସ ସୂଚନା ଦେଇଛି । ସୂଚନା ପ୍ରକାରେ ଲିଙ୍କୁ ଏକ ବାଇକ ( ଓଡି୦୭ ଏ -୫୦୮୯) ଯୋଗେ ଅପରାହ୍ନ ୪ ଟା ବେଳେ ଇଚ୍ଛାପୁର ପଟୁ ବ୍ରହ୍ମପୁର ଯାଉଥିବା ବେଳେ ଗୋଳନ୍ଥରା ଚଟି ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ସହ ବାଇକଟି ଧକ୍କା ଦେଇଥିଲା । ଫଳରେ ଲିଙ୍କୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖବର ପାଇ ଗୋଳନ୍ଥରା ପୋଲିସ ଏବଂ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ପୋଲିସ ସୂଚନା ପ୍ରଦାନ କରିଛି । ପୋଲିସ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଅଟୋ ଚାଳକ  ଅଟୋ ନେଇ ଚମ୍ପଟ ମାରିଥିବା ଜଣାପଡିଛି । ଅନ୍ୟପଟେ ଜାତୀୟ ରାଜପଥରେ ଗୋଳନ୍ଥରା ଚଟି ଛକ ରହିଥିବାବେଳେ ଜନଗହଳି ପୂର୍ଣ୍ଣ ସ୍ଥାନ ଅଟେ । ପ୍ରତିଦିନ କିଛି ଯାତ୍ରୀବାହୀ ଅଟୋ ଜାତୀୟ ରାଜପଥ ଉପରେ ରଖି ପାସେଞ୍ଜର ଚଢ଼ାଉ ଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ପ୍ରତି ସମୟରେ ଦୁର୍ଘଟଣା ଘଟୁଛି l ଏଣୁ ଏଥି ପ୍ରତି ପୋଲିସ ଓ ପରିବହନ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories