www.samajalive.in
Saturday, December 13, 2025
26.1 C
Bhubaneswar

ପାତ୍ରପୁରରେ ଆଇନ ସଚେତନତା କାର୍ଯ୍ୟକ୍ରମ

ପାତ୍ରପୁର : ପାତ୍ରପୁର ତାଲୁକ ଆଇନ ସେବା କମିଟି ତରଫରୁ ମଙ୍ଗଳବାର ପାତ୍ରପୁର ବ୍ଲକ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ କମିଟିର ଅଧ୍ୟକ୍ଷ ତଥା ପାତ୍ରପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ କୃଷ୍ଣା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜାତିଗତ ଆକ୍ଷେପ ଆଇନ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଆଇନ ବିଷୟରେ ଭାରତୀୟ ଆଇନ ବ୍ୟବସ୍ଥାରେ ରହିଥିବା ସରକାରୀ ନିୟମ ଓ ଦଣ୍ଡ ବିଧାନ ନେଇ ଉପସ୍ଥିତ ମହିଳା ମାନଙ୍କୁ ସଚେତନ କରାଯାଇଥିଲା । ମାଜିଷ୍ଟ୍ରେଟ ଶ୍ରୀମତୀ ମିଶ୍ର ଉପସ୍ଥିତ ମହିଳାଙ୍କୁ କୌଣସି ଆଇନଗତ ସମସ୍ୟା ଦେଖାଦେଲେ କାହା ଚାପରେ ଚୁପ ନରହି ଆଇନର ଆଶ୍ରୟ ନେବାକୁ ଆହ୍ୱାନ ଦେଇଥିଲେ । ପାତ୍ରପୁର କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ପ୍ରଧାନ ଓ ସୁଦର୍ଶନ ପାତ୍ର ଜାତିଗତ ଆକ୍ଷେପ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଉତ୍ପୀଡ଼ନ ଆଇନ ସମ୍ପର୍କରେ ପ୍ରାଞ୍ଜଳ ଭାବରେ କହିଥିଲେ ।  ପାତ୍ରପୁର ବିଡ଼ିଓ ଲକ୍ଷ୍ମଣ ସୋରେନ ଉପସ୍ଥିତ ମହିଳାଙ୍କୁ ନିଜେ ଏଥି ପ୍ରତି ସଚେତନ ହୋଇ ଅନ୍ୟକୁ ସଚେତନ କରିବାକୁ ବୋଲି ପରାମର୍ଶ ଦେଇଥିଲେ । ଆଇନଜୀବୀ ଲମ୍ବୋଦର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ  ପାତ୍ରପୁର ବ୍ଲକ ଓ କୋର୍ଟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories