www.samajalive.in
Saturday, December 13, 2025
26.1 C
Bhubaneswar

ଫୋନର ସଫ୍ଟଓ୍ବେୟାର ଅପଡେଟ୍ କରିବା ଉଚିତ୍ କି ନାହିଁ, ଜାଣନ୍ତୁ ଫାଇଦା

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ କମ୍ପାନୀମାନେ ସମୟ ସମୟରେ ନିଜ ଡିଭାଇସରେ ସଫ୍ଟଓ୍ବେୟାର ଅପଡେଟ ଦିଅନ୍ତି । ଆପଣଙ୍କ ଫୋନରେ ମାସ ଦୁଇମାସ ପରେ ସଫ୍ଟଓ୍ବେୟାର ଅପଡେଟର ନୋଟିଫିକେସନ ଆସିଥାଏ । କିନ୍ତୁ ଅନେକ ସମୟରେ ଲୋକମାନେ ଷ୍ଟୋରେଜ କମ୍ ଯୋଗୁଁ ବା ଅନ୍ୟ କୌଣସି କାରଣ ଯୋଗୁଁ ଏହି ନୋଟିଫିକେସନକୁ ଅଣଦେଖା କରିଦିଅନ୍ତି । ଯଦି ଆପଣ ମଧ୍ୟ ସଫ୍ଟଓ୍ବେୟାର ଅପଡେଟ୍ କରିବା ସମୟରେ କରିବେ କି ନାହିଁ ଚିନ୍ତା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରି । ଆଜି ଆମେ ଆପଣଙ୍କୁ ସଫ୍ଟଓ୍ବେୟାର ଅପଡେଟର ଫାଇଦା ଏବଂ କ୍ଷତି ଜଣାଇବୁ  ।

ଯେବେ ଆପଣ ସଫ୍ଟଓ୍ବେୟାର ଅପଡେଟ୍ କରନ୍ତି ଏହାକୁ ଡାଉନଲୋଡ୍ କରିବାକୁ ପଡେ । କମ୍ପାନୀମାନେ ଅନେକ ସମୟରେ ଅପଡେଟରେ ବଗ୍ ଫିକ୍ସ କରିଥାନ୍ତି । ଏହା ବ୍ୟତୀତ ସିକ୍ୟେରିଟି ପ୍ୟାଚ୍ ଏବଂ ନୂଆ ଫିଚର୍ସ ମଧ୍ୟ ଦେଇଥାନ୍ତି । ଏହି ଅପଡେଟ୍ ଆପଣଙ୍କ ଫୋନକୁ ସୁରକ୍ଷିତ ରଖିବା ସହ କିଛି ନୂଆ ଫିଚର୍ ମଧ୍ୟ ଦେଇଥାଏ ।

- Advertisement -

ଫାଇଦା

ଫୋନର ସିକ୍ୟେରିଟି ପାଇଁ ସଫ୍ଟଓ୍ବେୟାର ଅପଡେଟର ପ୍ୟାଚ୍ ଦିଆଯାଏ ଯାହା ଫଳରେ ଆପଣଙ୍କ ଫୋନକୁ ହ୍ୟାକର୍ସ ଏବଂ ଅନ୍ୟ ବିପଦରୁ ରକ୍ଷା କରିବାରେ ସହଜ ହୁଏ । ନୂଆ ଅପଡେଟରେ ବଗ୍ ଫିକ୍ସ ହେବା ଦ୍ବାରା ପୂର୍ବରୁ ହେଉଥିବା କିଛି ସମସ୍ୟାରୁ ମୁକ୍ତି ମିଳେ । ଯଥା ବାରମ୍ବାର ହ୍ୟାଙ୍ଗ ହୁଏନି କିମ୍ବା କିଛି ନୂଆ ଫିଚର୍ ମିଳେ ।

ଅପଡେଟ୍ ନକଲେ କ୍ଷତି

ଯଦି ଆପଣ ସଠିକ୍ ସମୟରେ ଫୋନକୁ ଅପଡେଟ୍ କରିବେନାହିଁ ତେବେ ଫୋନ ହ୍ୟାକ୍ ହେବାର ସମ୍ଭାବନା ରହିଥାଏ । ପୂର୍ବରୁ ଥିବା ସମସ୍ୟା ସହିତ ଫୋନ୍ ଚଲାଇବାକୁ ପଡିଥାଏ କାରଣ ବଗ୍ ଫିକ୍ସ ହୋଇପାରେନି । ସଫ୍ଟଓ୍ବେୟାର ଅପଡେଟ୍ ନକରିବା ଦ୍ବାରା କିଛି ନୂଆ ଫିଚର୍ ମିଳେନି ।

ତେବେ କୌଣସି ବି ସଫ୍ଟଓ୍ବେୟାର ଅପଡେଟ୍ କରିବା ପୂର୍ବରୁ ଗୁଗଲରେ ଏହାର ରିଭ୍ୟୁ ନିଶ୍ଚୟ ଯାଞ୍ଚ କରନ୍ତୁ । ଏହାପରେ ସଫ୍ଟଓ୍ବେୟାର ଅପଡେଟ୍ କରନ୍ତୁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories