www.samajalive.in
Saturday, December 13, 2025
21.1 C
Bhubaneswar

ବାପାକୁ ମାରି ମାଆ ହତ୍ୟାର ପ୍ରତିଶୋଧ ନେଲା ପୁଅ

ରାଉରକେଲା: ମାଆ ହତ୍ୟାର ପ୍ରତିଶୋଧ ନେଇଛି ପୁଅ। ହତ୍ୟାକାରୀ ବାପାକୁ ନିଜେ ହତ୍ୟା କରିଛି। ବାପାକୁ ହତ୍ୟା କରିଥିବା ପୁଅକୁ ପୁଲିସ ଗିରଫ କରିଛି। ବ୍ରାହ୍ମଣୀ ତରଙ୍ଗ ଥାନା ଭାଲୁପାତ୍ର ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ କିଛି ବର୍ଷ ତେ ଜେଲ ଯାଇଥିଲେ। ଗତ ଡିସେମ୍ବର ମାସରେ ସେ ଗାଁକୁ ଫେରିଥିଲେ। ଜେଲରୁ ଫେରିବା ପରେ ସେ ତାଙ୍କ ପୁଅକୁ ଅତ୍ୟାଚାର କରିଥିଲେ। ବାପା ଅତ୍ୟାଚାରରେ ପୁଅ ଅତିଷ୍ଠ ହୋଇପଡ଼ିଥିଲା। ଏହାସହିତ ମା’ ହତ୍ୟାର ପ୍ରତିଶୋଧ ନେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଶେଷରେ ବାପାକୁ ହତ୍ୟା କରିବା ସହ ମା’ ହତ୍ୟାର ପୁଅ ପ୍ରତିଶୋଧ ନେଇଥିଲା। ବାପାକୁ ହତ୍ୟା କରିବା ପରେ ସାନପତରାପାଲି ରାସ୍ତାକଡ଼ରେ ମୃତଦେହ ଫିଙ୍ଗିଦେଇଥିଲା।

ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହକୁ ଜବତ ସହ ଛାନଭିନ ଆରମ୍ଭ କରିଥିଲା। ତଦନ୍ତ ସମୟରେ ମୃତକର ପରିଚୟ ଭାଲୁପତ୍ରା ଗାଁର ବୋଲି ଜାଣିବାକୁ ପାଇଥିଲା। ବ୍ରାହ୍ମୁଣୀ ତରଙ୍ଗ ଥାନା ସାନପତରାପାଲି ରାସ୍ତାକଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସୂଚନା ପାଇଥିଲା। ଖବର ପାଇ ବ୍ରାହ୍ମୁଣୀତରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ଏବଂ। ସାଇଣ୍ଟିଫିକ୍‌‌ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories