www.samajalive.in
Wednesday, December 10, 2025
26.1 C
Bhubaneswar

ଦିଲ୍ଲୀରେ ଏନକାଉଣ୍ଟର, ୩ ଜଣଙ୍କ ଗୋଡ଼କୁ ମାରିଲେ ଗୁଳି

ନୂଆଦିଲ୍ଲୀ : ଦିଲ୍ଳୀର ରୋହିଣୀ ଅଞ୍ଚଳରେ ସୋମବାର ପୁଲିସ୍‍ ଗୁଳିରେ ଏକ ଅପରାଧୀ ଗ୍ୟାଙ୍ଗର ୩ ଜଣ ସଦସ୍ୟ ଆହତ ହୋଇଛନ୍ତି। ସେମାନଙ୍କ ଗୋଡ଼କୁ ପୁଲିସ୍‍ ପକ୍ଷରୁ ଗୁଳି ମରାଯାଇଛି। ସୂଚନା ଅନୁସାରେ ଦିଲ୍ଲୀ ପୁଲିସ୍‍ର ସ୍ୱତନ୍ତ୍ର ଶାଖା ରୋହିଣୀ ଅଞ୍ଚଳରେ ଗ୍ୟାଙ୍ଗର ସଦସ୍ୟଙ୍କୁ ଘେରି ଯାଇଥିଲେ। ସେଠରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଅପରାଧୀଙ୍କ ଏକ ଗୁଳି ଆସି ପୁଲିସ୍‍ କର୍ମୀ ପିନ୍ଦିଥିବା ବୁଲେଟପ୍ରୁଫ ଜ୍ୟାକେଟରେ ବାଜିଥିଲା। ଆହତ ୩ ଅପରାଧୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ର୍ରକାଶ ଯେ ଦିଲ୍ଲୀରେ ବୱାନା ଏବଂ ହ୍ୟାପି ଗ୍ୟାଙ୍ଗ ମଧ୍ୟରେ ଛକାପଞ୍ଛାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପୁଲିସ୍‍ର ସ୍ୱତନ୍ତ୍ର ଶାଖା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ପୁଲିସ୍‍ ଗୁଳିରେ ଆହତ ଅପରାଧୀଙ୍କ ମଧ୍ୟରେ ଜଣେ ୧୭ ବର୍ଷିୟ କିଶୋର ଅଛି। ଦୁଇ ହତ୍ୟାକାଣ୍ଡରେ କିଶୋର ଜଣଙ୍କ ଉପସ୍ଥିତ ଥିଲା।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories