www.samajalive.in
Saturday, December 13, 2025
26.1 C
Bhubaneswar

ବିଦେଶୀ ପର୍ଯ୍ୟଟକଙ୍କୁ ମରାଠୀ ଭାଷାରେ ଅଶ୍ଳୀଳ ଶବ୍ଦ ଶିଖାଉଥିଲେ ଯୁବକ, ଭିଡିଓ ପ୍ରଘଟ ପରେ ମାମଲା ରୁଜୁ

ସମାଜ ଡିଜିଟାଲ ଡେସ୍କ: ମରାଠୀ ଭାଷାକୁ ନେଇ ମହାରାଷ୍ଟ୍ରରେ ଅଣମରାଠା ଲୋକଙ୍କୁ ନିର୍ଯାତନା ଦିଆଯାଉଛି। ଗତ ସପ୍ତାହରେ ମରାଠୀ ନ କହିବାରୁ ଜଣେ ମହିଳା, ତାଙ୍କ ସ୍ଵାମୀ ଏବଂ ବନ୍ଧୁଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ। ରବିବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ସମ୍ଭାଜିନଗର ବୁଲିବାକୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ କିଛି ଯୁବକ ହଇରାଣ ହରକତ କରିବା ସହିତ ତାଙ୍କୁ ମରାଠୀ ଭାଷାରେ କଥା ହେବାକୁ ବାଧ୍ୟ କରିଛନ୍ତି। ଏପରି କି ସେମାନେ ନ୍ୟୁଜିଲାଣ୍ଡରୁ ଆସିଥିବା ଉକ୍ତ ପର୍ଯ୍ୟଟକଙ୍କୁ ମରାଠୀ ଭାଷାର କିଛି ଅଶ୍ଳୀଳ ଶବ୍ଦ ଶିଖାଉଥିବା ଦେଖିବାକୁ ମିଳିଛି। ପର୍ଯ୍ୟଟକ ଜଣକ ମରାଠୀ ଭାଷା ଏବଂ ଏହାର ଅର୍ଥ ଜାଣି ନ ଥିବାରୁ ଉକ୍ତ ଅସାମାଜିକ ଯୁବକଙ୍କ ଚାପରେ ଅଶ୍ଳୀଳ ଭାଷା କହୁଛନ୍ତି। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ହାଭେଲି ଥାନା ପୁଲିସ ଏ ସମ୍ପର୍କରେ ଅବଗତ ହେବା ପରେ ନିଜ ଆଡୁ ଏତଲା ରୁଜୁ କରିବା ସହିତ ବିଦେଶୀ ପର୍ଯ୍ୟଟକଙ୍କୁ ଏପରି ଅଶ୍ଳୀଳ ଭାଷା ଶିଖାଉଥିବା ସମ୍ପୃକ୍ତ ଅଜଣା ଯୁବକମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories