www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ଵବଦ୍ୟାଳୟ କୁଳପତିଙ୍କ ଠାରୁ ୧୪ ଲକ୍ଷ ଠକେଇ, ଗୁଜୁରାଟରୁ ୨ ସାଇବର ଠକ ଗିରଫ

ବ୍ରହ୍ମପୁର : ଡିଜିଟାଲ ଆରେଷ୍ଟ ନାଁରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଠକି ନେଇଥିବା ଗୁଜୁରାଟ ରାଜ୍ୟର ୨ ଜଣ ସାଇବର ଠକଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି। ସେମାନେ ହେଲେ ଗୁଜୁରାଟ ଭବାନଗର ଜିଲାର ବି ଜେନିଲ ଜୟସୁଖଭାଇ(୨୩) ଓ ଭିଶ୍ଵଜିତସିଂ ଗୋହିଲ(୨୧)। ଉଭୟଙ୍କ ନିକଟରୁ ପୁଲିସ ସାଇବର ଠକେଇରେ ବ୍ୟବହୃତ ମୋବାଇଲ ଓ ଏକାଧିକ ସିମ୍ କାର୍ଡ ଜବତ କରିଛି।

ସୂଚନା ଯୋଗ୍ୟ ଯେ, ଗତ ଫେବୃଆରୀ ୧୪ ତାରିଖରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିକଟକୁ ଅଜଣା ନମ୍ବରରୁ କଲ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇଥିଲା।  ଏପରିକି ୬ କୋଟି ଟଙ୍କାର ଏକ ବେଆଇନ ଅର୍ଥ କାରବାରରେ ଆପଣଙ୍କ ନାଁ ରହିଥିବା କୁଳପତିଙ୍କୁ କହିବା ସହ ସୁପ୍ରିମକୋର୍ଟର ଆରେଷ୍ଟ୍ ୱାରେଣ୍ଟ ମଧ୍ୟ ପଠାଇଥିଲା।

- Advertisement -

ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ସାଇବର ଠକମାନେ ୮ ଦିନ ଯାଏ ଡିଜିଟାଲ ଆରେଷ୍ଟ କରି ରଖିଥିଲେ। ଭୟରେ କୁଳପତି ୧୪ ଲକ୍ଷ ଟଙ୍କା ସାଇବର ଠକଙ୍କ ନିକଟକୁ ପଠାଇ ଦେଇଥିଲେ। ଏ ନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଉପରୋକ୍ତ ଦୁଇ ସାଇବର ଠକ୍ ନିଜକୁ ସିବିଆଇ ଅଧିକାରୀ କହି କୁଳପତିଙ୍କୁ ଠକେଇ କରିଥିବା ତଦନ୍ତରୁ ଜଣା ପଡ଼ିବା ପରେ ପୁଲିସର ଏକ ଟିମ୍ ଗୁଜୁରାଟ ଯାଇ ସେମାନଙ୍କୁ ଗିରଫ କରିଥିଲା ବୋଲି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories