www.samajalive.in
Sunday, December 14, 2025
26.1 C
Bhubaneswar

ଅବସାଦର ଭୟଙ୍କର ରୂପ: ମା’କୁ ଛୁରି ଭୁସି ହତ୍ୟା କଲା ପୁଅ

ସମାଜ ଡିଜିଟାଲ ଡେସ୍କ: ଅବସାଦ କେତେ ଭୟଙ୍କର ହୋଇପାରେ ତାହାର ଏକ ଚିତ୍ର ଦେଖିବାକୁ ମିଳିଛି କଲକାତାରେ। ଅବସାଦରେ ରହୁଥିବା ବ୍ୟକ୍ତିଙ୍କଠାରେ ଅନେକ ସମୟରେ ଆତ୍ମହତ୍ୟା ପ୍ରବଣତା ଦେଖିବାକୁ ମିଳିଥାଏ। କିନ୍ତୁ ସେମାନେ ଅନ୍ୟର ବି ଜୀବନ ନେଇପାରନ୍ତି ତାହାର ପ୍ରମାଣ ମିଳିଛି କଲକାତା ଘଟଣାରୁ। ଅବସାଦରେ ଆକ୍ରାନ୍ତ ଜଣେ ୩୩ ବର୍ଷୀୟ ଯୁବକ ନିଜ ମା’କୁ ଛୁରି ଭୁସି ହତ୍ୟା କରିଛି। ହତ୍ୟା କରିବା ପରେ ସାରା ରାତି ମୃତଦେହକୁ ଧରି ବସିଥିଲା। ସକାଳ ହେବା ପରେ ଏ ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇଥିଲା। ଗିରଫ ହେବା ପରେ ପୁଲିସ ଆଗରେ ଏହା ସ୍ଵୀକାର କରିଛି ଅଭିଯୁକ୍ତ। ଏହି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି।

ଅଭିଯୁକ୍ତ ଜଣକ ହେଉଛି ସୌମିକ ମଜୁମଦାର। ସେ ନିଜ ମା’ ସହିତ ରାଜରହାଟ ବେଦିଗ ଗ୍ରାମରେ ରହୁଥିଲା। ଗତ ଗୁରୁବାର ବିଳମ୍ବିତ ରାତିରେ ସେ ତା’ ମା’ ଦେବଜାନୀ ମଜୁମଦାରଙ୍କୁ ସାମାନ୍ୟ ଯୁକ୍ତିତର୍କରୁ ଛୁରି ଭୁସି ହତ୍ୟା କରିଥିଲା। ପରଦିନ ଅର୍ଥାତ ଶୁକ୍ରବାର ସକାଳେ ସୌମିକ ଘର ନିକଟ ଚା’ ଦୋକାନକୁ ଚା’ ପିଇବାକୁ ଯାଇଥିଲା। ଚା’ ପିଇବା ସମୟରେ ସେ ତା’ ମା’କୁ ହତ୍ୟା କରିଛି ବୋଲି ଦୋକାନୀଙ୍କୁ ଜଣାଇଥିଲା। ଦୋକାନୀଙ୍କୁ ସେ କହିଥିଲା, ମୁଁ ମୋ ମା’କୁ ମାରି ଦେଇଛି। ରାତି ସାରା କିଛି ଖାଇନି। ତୁମ ପାଖରେ କିଛି ଖାଇବାକୁ ଅଛି କି ?

- Advertisement -

ସୌମିକଙ୍କ କଥା ଶୁଣି ଦୋକାନୀ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ସେଠାରୁ ତା’କୁ ଗିରଫ କରିଥିଲା। ମୃତଦେହ ଜବତ ସମୟରେ ଶରୀରରେ ବହୁ ବାର ଛୁରାଘାତ ହୋଇଥିବା ଦେଖିବାକୁ ମିଳିଥିଲା।

ପୁଲିସ ସୂଚନା ଅନୁସାରେ, ସୌମିକ ଏକ ବିପିଓରେ କାମ କରୁଥିଲା। ବର୍ଷକ ତଳେ ତା’ର ଚାକିରି ପଳାଇଥିଲା। ସେବେଠାରୁ ସେ ଅବସାଦରେ ରହୁଥିଲା। କିଛିମାସ ହେବ ସୌମିକ ସ୍ଥାନୀୟ ଲୋକଙ୍କୁ କିଛି ଖାଦ୍ୟ ଏବଂ ଟଙ୍କା ମାଗୁଥିଲେ। ଏପରି କି ସେମା​ନେ କିଛିମାସ ହେବ ବିଦ୍ୟୁତ ବିଲ୍‌ ବି ପଇଠ କରିପାରି ନ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories