www.samajalive.in
Saturday, December 13, 2025
26.1 C
Bhubaneswar

ଯାତ୍ରା ପାର୍ଟି ବିବାଦ: ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇଲେ ପୀୟୁଷ ତ୍ରିପାଠୀ

ଭୁବନେଶ୍ୱର: ଯାତ୍ରା ପାର୍ଟି ବିବାଦର ଯବନିକା ପକାଇବା ପାଇଁ ଯାତ୍ରା ପାର୍ଟି ମାଲିକଙ୍କୁ କଳାକାର ପୀୟୁଷ ତ୍ରିପାଠୀ ଅଗ୍ରୀମ ଟଙ୍କା ଫେରାଇ ଦେଇଛନ୍ତି। ଭୁବନେଶ୍ୱରର ଏକ ହୋଟେଲ୍‌‌ରେ ଦୁଇ ଯାତ୍ରା ପାର୍ଟି ‘ସୂର୍ଯ୍ୟମନ୍ଦିର’ ଓ ‘ସିଂହବାହିନୀ’ ମାଲିକଙ୍କୁ ସେମାନେ ଦେଇଥିବା ଅଗ୍ରୀମ ୧କୋଟି ୧୫ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି ବୋଲି ପୀୟୁଷ କହିଛନ୍ତି।

ଛୋଟ କଥାରୁ ବିବାଦ ହୋଇଥିଲା, ଆଶା କରୁଛି ଏହାର ଅନ୍ତ ହେଲା ବୋଲି ପୀୟୁଷ ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟଗତ ଏବଂ ପାରିବାରିକ ସମସ୍ୟା ଯୋଗୁଁଁ ବର୍ଷେ ଯାତ୍ରା କରିବି ନାହିଁ। ବିଶ୍ରାମ ପରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ କରିବି। କଳାକାର ହିସାବରେ ସିନେମା ମିଳିଲେ କରିବି। ଗାଡ଼ି ମୋ ପାଖରେ ରହିବ, ଇଏମ୍‌‌ଆଇ ମୁଁ ଦେବି। ସମୟ ମୋତେ ବଦନାମ କରିଛି, ମାଧ୍ୟମ ଟଙ୍କା ସାଜିଲା ବୋଲି ପୀୟୁଷ ପ୍ରକାଶ କରିଛନ୍ତି।

- Advertisement -

ଯାତ୍ରା ମାଲିକ ସଂଘ ସଭାପତି ସ୍ପଷ୍ଟ କରି କହିଛନ୍ତି ଯେ କଳାକାର କଳାକାର ପୀୟୁଷ ତ୍ରିପାଠୀ ଦୁଇ ଯାତ୍ରା ପାର୍ଟି ‘ସୂର୍ଯ୍ୟମନ୍ଦିର’ ଓ ‘ସିଂହବାହିନୀ’ରୁ ନେଇଥିବା ଅଗ୍ରୀମ ପୀୟୁଷ ୧କୋଟି ୧୫ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି।

ସେଥିମଧ୍ୟରୁ ‘ସୂର୍ଯ୍ୟମନ୍ଦିର’କୁ ୬୦ଲକ୍ଷ ଏବଂ ‘ସିଂହବାହିନୀ’ ୫୫ଲକ୍ଷ ଟଙ୍କା ପୀୟୁଷ ଫେରାଇଛନ୍ତି। ପୀୟୁଷଙ୍କୁ ବ୍ୟାନ କରାଯାଇନାହିଁ। ପାରିବାରିକ ସମସ୍ୟାରୁ ବର୍ଷେ ବିଶ୍ରାମ ନେବେ। ଏନଓସି ନ ଦେବା ଯାଏଁ କଳାକାର ଅନ୍ୟ ଯାତ୍ରା ପାର୍ଟିକୁ ଯାଇପାରିବେ ନାହିଁ।

ଯାତ୍ରା ମାଲିକ ସଂଘ ଆଗରେ କଳାକାର ପୀୟୁଷ ହାତଯୋଡ଼ି କ୍ଷମା ମାଗିଥିଲେ। ମାଲିକ-କଳାକାର ପରିପୂରକ, ଅସମ୍ମାନ ଠିକ ନୁହେଁ ବୋଲି ଯାତ୍ରା ମାଲିକ ସଂଘ ସଭାପତି ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories